ବାଲିଚନ୍ଦ୍ରପୁର ବେଣିପୁର ରାସ୍ତାର ପୁନଃରୁଦ୍ଧାର ପାଇଁ ଦାନା ବାନ୍ଧୁଛି ଆନ୍ଦୋଳନ।

Udaya_Labanya | July 25, 2020 | 259 views |0 | Headlines

ବାଲିଚନ୍ଦ୍ରପୁର,(ଉଲାପ୍ର)କଟକ ଜିଲ୍ଲା ର ଜଗତପୁର ଠାରୁ ବିରୂପା ବ୍ଯାରେଜ ରୁ ଆରମ୍ଭ ହୋଇ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଲମ୍ବିଥିବା ପଟ୍ଟାମୁଣ୍ଡାଇ କେନାଲ ଯାହାକି କଟକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ହେକ୍ଟର ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା ସହ ଏହାର ଉଭୟ ପାର୍ଶ୍ଵ ବନ୍ଧ ସ୍ଥଳ ବିଶେଷରେ ରାସ୍ତା ଓ ବନ୍ଯା ନିୟନ୍ତ୍ରଣ ପାଇଁ ବ୍ଯବହୃତ ହୋଇ ଆସୁଅଛି ।ଏହିରାସ୍ତା ଅଞ୍ଚଳବାସୀଙ୍କ ର ଏକ ପ୍ରମୁଖ ରାସ୍ତା ରୂପେ ବ୍ୟବହୃତ ହୋଇ ଆସୁଅଛି ।ଏହି ରାସ୍ତା ର ବାଲିଚନ୍ଦ୍ରପୁର ଠାରୁ ଖଡଗପୁର ପର୍ଯ୍ୟନ୍ତ ଲମ୍ବିଥିବା ୯ କି ମି ଦୂରତା ବିଶିଷ୍ଟ ଅଂଶଟି ଗତ ୨ ବର୍ଷ ହେବ ଚାରବାଟିଆ ରାସ୍ତା ଓ କୋଠାବାଡି ବିଭାଜନ ବଡଚଣା ଉପଖଣ୍ଡ ଅଧିନକୁ ହସ୍ତାନ୍ତରିତ ହେବା ପରଠାରୁ ବିଭାଗୀୟ ଅଧିକାରୀ ମାନେ ଧ୍ଯାନ ନ ଦେବା ଫଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲକ୍ଷାଧିକ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସମୟ ସମୟରେ ଛୋଟବଡ ଦୂର୍ଘଟଣାମାନ ଘଟି ଧନ ଜୀବନ ନଷ୍ଟ ହେବା ଭଳି ଅଭିଯୋଗ ହୋଇ ଆସୁଛି। ଏହି ରାସ୍ତା ଉପରେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ୬ ଗୋଟି ପଞ୍ଚାୟତ ଓ କେନ୍ଦ୍ରାପଡା ଜିଲ୍ଲା ର ୧୦ଟି ପଞ୍ଚାୟତ ର ଲକ୍ଷାଧିକ ଲୋକ ନାନା ଅସୁବିଧା ର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ଏହି ରାସ୍ତାର ପୁନଃରୁଦ୍ଧାର ନିମନ୍ତେ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କୁ ବାରମ୍ବାର ଦାବି କରିବା ସତ୍ତ୍ବେ କୌଣସି ପ୍ରକାର ସୁଫଳ ନ ମିଳିବାରୁ ଜନସାଧାରଣ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବାର ଜଣାପଡିଛି। ଏହି ବିଷୟ ନେଇ ବିଭାଗୀୟ ଉପଖଣ୍ଡ ଅଧିକାରୀ ରୋହିତ କୁମାର ବିଶ୍ବାଳଙ୍କୁ ଟେଲିଫୋନ ଯୋଗେ ବାରମ୍ବାର ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଟେଲିଫୋନ ଉଠାଉନଥିବାରୁ ତାଙ୍କର ପ୍ରତିକ୍ରିୟା ନେବା ସମ୍ଭବ ହୋଇପାରିନାହିଁ। ଯୁଦ୍ଧ କାଳୀନ ଭିତ୍ତିରେ ଏହି ରାସ୍ତା ର ପୁନଃରୁଦ୍ଧାର କାର୍ଯ୍ୟ ହାତକୁ ନେବାକୁ ସାଧାରଣ ରେ ଦୃଢ ଦାବୀ ହେଉଛି।।

Share this

Related Posts

ଆଠଗଡ ମେଡିକାଲ ରେ ଶୁଭ ଦିଆଗଲା ଆମ…

Udaya_Labanya | July 28, 2023 | 53 views |0

ଆଠଗଡ ( ଉଲ୍ଲାପ୍ର )5 t ଅଧୀନରେ ଯାଉଥିବା ଆମ ହସ୍ପିଟାଲ ର ରୂପାନ୍ତରିତ କାର୍ଯ୍ୟକ୍ରମ କୁ ଆଜି ମଧ୍ୟାନ ରେ ଶୁଭ ପ୍ରଦାନ କରିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,କଟକ ଜିଲ୍ଲାର ଏହି ସର୍ବବୃହତ…

ଡାକ୍ତର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ: ସପ୍ତାହକୁ ଦୁଇଦିନ…

Udaya_Labanya | May 21, 2023 | 38 views | 0

କଟକ ( ଉଲ୍ଲାପ୍ର )ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଆସୁଥିବା ଜଣେ ଡାକ୍ତର ଆଜି ଆରପାରିକୁ ଚାଲିଯାଇଛନ୍ତି । ରାଜ୍ୟର ଜଣେ ଜଣାଶୁଣା ପ୍ରଫେସର ଡାକ୍ତର ବୈଦ୍ୟନାଥ…

Leave a Reply

Your email address will not be published. Required fields are marked *

Archives

Categories