କ୍ରେନ ମାଡ଼ିଗଲା ମହିଳାଙ୍କ ଉପରେ,ମହିଳା ମୃତ,ଘରେ ପସିଗଲା କ୍ରେନ
ଆଠଗଡ(ଉଲାପ୍ର)ଆଜି ସକାଳୁ ଆଠଗଡ ସହର ହାଉସିଂ ବୋର୍ଡ ଛକର ବୁଲାଣି ଉପରେ ରାସ୍ତା ପାରି ହେଉଥିବା ଜଣେ ମହିଳାଙ୍କ ଉପରେ କ୍ରେନ ଚଢିଯିବାରୁ ଘଟଣା ସ୍ଥଳରେ ମହିଳାଙ୍କର ମୃତୁ ଘଟିଛି,ମୃତ ମହିଳା ହେଲେ ରାଧାଗୋବିନ୍ଦପୁର ଗ୍ରାମର ସୁଷମା ସାହୁ,ସେ ଆଜି ଭୋରରୁ ରାସ୍ତା ପାରି ହୋଇ ଫୁଲ ତୋଳିବାକୁ ଯାଉଥିବା ସମୟରେ ରାସ୍ତାରେ ଏପଟ ସେପଟ ହେବା ଯୋଗୁ କ୍ରେନ ଟି ତାଙ୍କ ଉପରେ ଚଢ଼ି ଯାଇ ବିଜେପି ନେତ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ଘର ଭିତରକୁ ପଶିଯାଇ ପାଚେରୀ ଭାଙ୍ଗି ଦେଇଥିଲା,ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ମହିଳା ସୁସମାଙ୍କ ମୃତୁ ଘଟିଛି,ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାରକରି ଆଠଗଡ
ମେଡ଼ିକାଲ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ, ମୃତମହିଳା ଙ୍କ ସ୍ୱାମୀ ଆଠଗଡ ଏ ନ ଏ ସି ରେ ଡ୍ରାଇଭର ଭାବେ କିଛିଦିନ କାମ କରୁଥିବା ବେଳେ ତାଙ୍କର ଚାରିଗୋଟି ସନ୍ତାନ ରହିଛନ୍ତି,ପ୍ରଶାସନ ତରଫରୁ ଏହି ମହିଳାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇବା ପାଇଁ ଉଦୟ ଲାବଣ୍ୟ ତରଫରୁ ଆମେ ଅନୁରୋଧ କରୁଛୁ, ଯଦି କେହି ସହଯୋଗ କରିବାକୁ ଚାହୁଁଥାନ୍ତି ସେହି ବ୍ୟକ୍ତି ଉଦୟ ଲାବଣ୍ୟ ଚାନେଲ ସହିତ ଯୋଗାଯୋଗ କରି ପାରିବେ,ଆମ ନମ୍ବର ହେଲା 9437275971,8249970499।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































