କ୍ରେନ ମାଡ଼ିଗଲା ମହିଳାଙ୍କ ଉପରେ,ମହିଳା ମୃତ,ଘରେ ପସିଗଲା କ୍ରେନ

Udaya_Labanya | July 28, 2020 | 265 views |0 | Crime , Exclusive

ଆଠଗଡ(ଉଲାପ୍ର)ଆଜି ସକାଳୁ ଆଠଗଡ ସହର ହାଉସିଂ ବୋର୍ଡ ଛକର ବୁଲାଣି ଉପରେ ରାସ୍ତା ପାରି ହେଉଥିବା ଜଣେ ମହିଳାଙ୍କ ଉପରେ କ୍ରେନ ଚଢିଯିବାରୁ ଘଟଣା ସ୍ଥଳରେ ମହିଳାଙ୍କର ମୃତୁ ଘଟିଛି,ମୃତ ମହିଳା ହେଲେ ରାଧାଗୋବିନ୍ଦପୁର ଗ୍ରାମର ସୁଷମା ସାହୁ,ସେ ଆଜି ଭୋରରୁ ରାସ୍ତା ପାରି ହୋଇ ଫୁଲ ତୋଳିବାକୁ ଯାଉଥିବା ସମୟରେ ରାସ୍ତାରେ ଏପଟ ସେପଟ ହେବା ଯୋଗୁ କ୍ରେନ ଟି ତାଙ୍କ ଉପରେ ଚଢ଼ି ଯାଇ ବିଜେପି ନେତ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ଘର ଭିତରକୁ ପଶିଯାଇ ପାଚେରୀ ଭାଙ୍ଗି ଦେଇଥିଲା,ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ମହିଳା ସୁସମାଙ୍କ ମୃତୁ ଘଟିଛି,ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାରକରି ଆଠଗଡ

ମେଡ଼ିକାଲ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ, ମୃତମହିଳା ଙ୍କ ସ୍ୱାମୀ ଆଠଗଡ ଏ ନ ଏ ସି ରେ ଡ୍ରାଇଭର ଭାବେ କିଛିଦିନ କାମ କରୁଥିବା ବେଳେ ତାଙ୍କର ଚାରିଗୋଟି ସନ୍ତାନ ରହିଛନ୍ତି,ପ୍ରଶାସନ ତରଫରୁ ଏହି ମହିଳାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇବା ପାଇଁ ଉଦୟ ଲାବଣ୍ୟ ତରଫରୁ ଆମେ ଅନୁରୋଧ କରୁଛୁ, ଯଦି କେହି ସହଯୋଗ କରିବାକୁ ଚାହୁଁଥାନ୍ତି ସେହି ବ୍ୟକ୍ତି ଉଦୟ ଲାବଣ୍ୟ ଚାନେଲ ସହିତ ଯୋଗାଯୋଗ କରି ପାରିବେ,ଆମ ନମ୍ବର ହେଲା 9437275971,8249970499।

Share this
  •  
  •  
  •  
  •  
  •  
  •  
  •  

Related Posts

ବିନା ହେଲମେଟ ରେ ଯିବା ପଡିଲା ମହଙ୍ଗା,…

Udaya_Labanya | December 27, 2020 | 59 views |0

ରାୟଗଡା, ଟ୍ରାଫିକ ଯାଂଚ ବେଳେ ହେଲମେଟ ନ ପିନ୍ଧି ଥିବାରୁ ବିଚରାସ୍ତାରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ । ତଳ ଶାଙ୍କେଶ ଗାଁର ରାହୁଲ ହିମିରିକା (18) ଓ କିଷାନ କୋଲକା (17) ନାମକ ଦୁଇ ଯୁବକ ବାଇକ ଯୋଗେ ମା…

Leave a Reply

Your email address will not be published. Required fields are marked *

Archives

Categories