#Exclusive #International #National #Politics #Science & Techologies #Social

ଅମ୍ବାଲା ଏୟାର ବେଶରେ ପହଁଚିଲା ଫାୟାର ଫାଇଟର ରାଫେଲ


ଅମ୍ବାଲା,ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି,ଶେଷରେ ରାଫେଲ ବିମାନ ଫ୍ରାନ୍ସ ରୁ ଆସି ଭାରତର ଅମ୍ବାଲା ଏୟାର ବେଶ ରେ ପହଞ୍ଚିଛି, ଗତ ୨୭ ତାରିଖ ରୁ ଫ୍ରାନ୍ସ ରୁ ବାହାରିଥିବା ଏହି ଫାୟାର ଫାଇଟର ବିମାନ ସାତ ହଜାର କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାର ବେଶ ରେ ଲାଣ୍ଡିଙ୍ଗ କରିଛି,ପାଞ୍ଚଗୋଟି ରାଫେଲ ବିମାନ ଭାରତ ସୀମାରେ ପହଁଚି ବା ପରେ ସୁଖୋଇ ବିମାନ ରାଫେଲ ବିମାନ ଗୁଡିକୁ କର୍ଡନ କରି ଅମ୍ବାଲା ଏୟାର ବେଶ ପର୍ଯ୍ୟନ୍ତ ନେଇ ଆସିଥିଲେ, ଭାରତୀୟ ସୀମାରେ ରାଫେଲ ବିମାନ ପହଁଚିବା ପରେ ଏହାକୁ ବାୟୁସେନା ତରଫରୁ ସ୍ୱାଗତ କରାଯାଇଥିଲା,ଭାରତ ପକ୍ଷରୁ ୩୬ଗୋଟି ରାଫେଲ ଖୁବଶୀଘ୍ର ଭାରତରେ ପହଞ୍ଚିବ ବୋଲି ଜଣାପଡିଛି, ଭାରତକୁ ରାଫେଲ

ମିଲିଯିବା ପରେ ଚାଇନା ଓ ପାକିସ୍ତାନର ହୃତକମ୍ପ ବଢିଯାଇଛି,ଏହି ରାଫେଲ ବିମାନ ଭାରତୀୟ ବାୟୁସେନା ପାଇଁ ଅମୋଘ ଅସ୍ତ୍ର ପାଳଟିଥିବା ବେଳେ ଖୁବ କମ ସମୟ ମଧ୍ୟରେ ଶତ୍ରୁକୁ ମାତ୍ ଦେବବୋଲି ଜଣାପଡିଛି,ବିଶ୍ୱରେ ଏକ ଶକ୍ତିଶାଳୀ ଦେଶଭାବେ ଭାରତ ଗଣିତ ହୋଇଛି,ବିଶେଷ କରି ପାକିସ୍ତାନ ବିଚଳିତ ହୋଇ ପଡିଛି ଭାରତୀୟ ବାୟୁସେନା ରେ ରାଫେଲ ଯୋଗଦେବା ପରେ,ଭାରତ ସରକାରଙ୍କ ପାଇଁ ରାଫେଲ ଆଶାର କିରଣ ପାଲଟିଛି,ସାରା ବିଶ୍ୱ କରୋନାକୁ ନେଇ ଜୁଝୁଥିବା ବେଳେ ରାଫେଲ ଭାରତ ରେ ପହଁଚିବା ଘଟଣା ସମସ୍ତ ଭାରତୀୟଙ୍କ ପାଇଁ ଆଜି ଏକ ଖୁସିର ଦିନ ଥିଲା ବୋଲି କହିଲେ ଅତୁକ୍ତି ହେବ ନାହିଁ।

Leave a comment

Your email address will not be published. Required fields are marked *