#Uncategorized

ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ଫେରାଇ ଦେବା ଦାବିରେ ଧାରଣା ରେ ଚାଷୀ

ବାଲିଚନ୍ଦ୍ରପୁର,(ଉଲାପ୍ର)ବଡଚଣା ବ୍ଲକ ବାଲିଚନ୍ଦ୍ରପୁର ସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଅନ୍ତର୍ଗତ ଭରତପୁର ପ୍ରାଥମିକ ସମବାୟ ସମିତି ର ସମ୍ପାଦକ ଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଶତାଧିକ ଚାଷୀ ଆଜି ବାଲିଚନ୍ଦ୍ରପୁର ବ୍ଯାଙ୍କ ସମ୍ମୁଖରେ ବ୍ଯାଙ୍କ ଧାରଣା ରେ ବସିଥିଲେ। ସମ୍ପ୍ରତି କରୋନା ମହାମାରୀ ସମୟରେ କୌଣସି ରୁଣ ଆଦାୟ ନକରିବା ପାଇଁ ସରକାରୀ ନିର୍ଦ୍ଦେଶ

ଥାଇସୁଦ୍ଧା ବ୍ଯାଙ୍କ ପରିଚାଳିକା ଶ୍ରୀମତୀ ସମନ୍ତୀନୀ ସାମଲ ଓ ସମବାୟ ସମିତି ର ସମ୍ପାଦକ ଶ୍ରୀ ଦେବାଶିଷ ରାଉତରାୟ ଚଞ୍ଚକତା କରି ଚାଷି ମାନଙ୍କ ଠାରୁ ସାଧା ବ୍ଯାଙ୍କ ଚେକ୍ ରେ ଦସ୍ତଖତ ନେଇ ବିମା ରାଶିକୁ ପୁରୁଣା ରୁଣ ବାବଦକୁ ଭରଣା କରି ନେଇଥିବା ରୁ ଚାଷୀ ମାନେ ଏହାକୁ ଫେରାଇ ଦେବାକୁ ଦାବି କରିଥିଲେ।

ଆହୁରି ମଧ୍ଯ ରୁଣ ଦେଣନେଣ ରେ ବ୍ଯାପକ ଜାଲିଆତି ହୋଇଥିବା ରୁ ଏହାର ବିଧିବଦ୍ଧ ତଦନ୍ତ ଭିଜିଲାନ୍ସ ଦ୍ଵାରା କରାଗଲେ ବହୁ ତଥ୍ୟ ପଦାକୁ ଆସିପାରିବ ବୋଲି ଯୁବ ଚାଷୀ ନେତା ଅନନ୍ତ ନାରାୟଣ ଧଳ ଓ ଦିଲ୍ଲିପ ସାମଲ ପ୍ରମୁଖ ଦାବି କରିଥିଲେ। ଏହି କ୍ରମରେ ୩୫ କୋଟି ଟଙ୍କା ର ହରିଲୁଟ ହୋଇଥିବା ର ଉଭୟ ପ୍ରକାଶ କରିଥିଲେ। ରୁଣ ଅର୍ଥ ଫେରସ୍ତ ଓ ଜାଲିଆତି ର ତଦନ୍ତ କାର୍ଯ୍ୟ ତୁରନ୍ତ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କୁ ବ୍ଯାପକ କରାଯିବ ବୋଲି ଶ୍ରୀ ଧଳ ଚେତାବନୀ ଦେଇଛନ୍ତି।

Leave a comment

Your email address will not be published. Required fields are marked *