Slider
ଏଟିବିଏନ ଓକିଲ ସଙ୍ଘର ୨୬ ତମ ବାର୍ଷିକ ଅଧିବେଶନ ନୂଆପାଟଣା ରେ ଅନୁଷ୍ଠିତ,ଏଟିବିଏନ ରତ୍ନ ପାଇଲେ ଅଡେଇତ ପଣ୍ଡା,ତ୍ରିଲୋଚନ ମହାପାତ୍ର
ନୂଆପାଟଣା(ଉଲାପ୍ର)ଆଠଗଡ ଉପଖଣ୍ଡର ଏକମାତ୍ର ଓକିଲ ସଂଘ ଏଟିବିଏନ ଓକିଲ ସଙ୍ଘର ୨୬ ତମ ବାର୍ଷିକ ଅଧିବେଶନ ନୂଆପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି, ସଙ୍ଘର ସଭାପତି ଫଣି ଭୂଷଣ ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଆଠଗଡ ର ବରିଷ୍ଠ ଆଇନଜୀବୀ ଅଦେଇତ ଚରଣ ପଣ୍ଡା ଓ ନରସିଂହପୁର ର ବରିଷ୍ଠ ଆଇନଜୀବୀ ତ୍ରିଲୋଚନ ମହାପାତ୍ର ଙ୍କୁ ଏଟିବିଏନ ରତ୍ନ ଭାବେ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ଉତ୍ସଭ ରେ ଅନ୍ୟମାନଙ୍କ ମଧ୍ୟରେ ବଡମ୍ବାର ବରିଷ୍ଠ ଆଇନଜୀବୀ ହରିହର ବଳବନ୍ତ ରାୟ, ଉପଦେଷ୍ଟା ଜ୍ଞାନେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସଂଘକୁ ଆଗକୁ ବଢାଇବାକୁ ପରାମର୍ଶ ଦେଇଥିଲେ,ଚଳିତବର୍ଷ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ସଙ୍ଘର ସଭାପତି ଫଣି ଭୂଷଣ ରଥ ବରିଷ୍ଠ ଆଇନଜୀବୀ ଙ୍କୁ ଏଟିବିଏନ ରତ୍ନ ଭାବେ ସମର୍ଦ୍ଧିତ କରିଥିଲେ, ସଭାରେ ଉପସଭାପତି ଜ୍ଞାନେନ୍ଦ୍ର ମିଶ୍ର ଯୋଗଦେଇ କହିଲେ ସଙ୍ଘ ଦୁଇଭାଗ ହୋଇଯାଇଥିଲେ ମଧ୍ୟ ଏବେବି ସଂଘକୁ ଏକ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ, ସଭାରେ ଅଦେଇତ ଚରଣ ପଣ୍ଡା,ତ୍ରିଲୋଚନ ମହାପାତ୍ର ସମ୍ବର୍ଦ୍ଧିତ ହେବା ପରେ ସେ କହିଥିଲେ ଏହି ସଙ୍ଘ ଆହୁରି ଆଗକୁ ଆଗକୁ ବଢିବ ଓ ଫଣିଭୂଷଣ ରଥ ଏହାର ସାରଥୀ ହୋଇ ଲଢ଼ୁଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ ବ୍ୟକ୍ତି ମାନେ କୃତଜ୍ଞତା ପ୍ରକାଶ କରିଥିଲେ,ସଭାରେ ସମ୍ପାଦକ ନଗେନ୍ଦ୍ର ମିଶ୍ର ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ,ସଭାରେ ସଭାପତି ଫଣି ଭୂଷଣ ରଥ ବକ୍ତବ୍ୟ ପ୍ରଦାନ କରି କହିଲେ ଏହି ସଙ୍ଘ ମୋର ନୁହେଁ ସଙ୍ଘ ହେଉଛି ଆପଣମାନଙ୍କର,ଆପଣମାନେ ସଂଘ ରେ ଯୋଉପର୍ଯ୍ୟନ୍ତ ଥିବେ ସଙ୍ଘ ସେ ପର୍ଯ୍ୟନ୍ତ ଚାଲିଥିବ,ଯୋଉମାନେ ଆମ ଠାରୁ ଅଲଗା ହୋଇଯାଇଛନ୍ତି ସେମାନଙ୍କୁ ମୁଁ ପୁନର୍ବାର ଅନୁରୋଧ କରୁଛି ସେମାନେ ସଙ୍ଘ ଭିତରକୁ ଆସିଲେ ଆମେ ସେମାନଙ୍କୁ ସ୍ୱାଗତ କରିବୁ ବୋଲି କହିଥିଲେ,ତିଗିରିଆ ଓକିଲ ସଂଘର ଆୟୋଜନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଶେଷରେ କୋଷାଧ୍ୟକ ବିଷ୍ଣୁ ପ୍ରସାଦ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ, ସଭାରେ ଭୁବନେଶ୍ୱର ଓକିଲ ସଂଘର କର୍ମକର୍ତା ସଂଗୀତା ପଟ୍ଟନାୟକ, ପାର୍ଥ ସାରଥୀ ପଟ୍ଟନାୟକ ,ଜଗଦାନନ୍ଦ ତ୍ରିପାଠୀ,ପ୍ରକାଶ କୁମାର ସେଠୀ,ପ୍ରମୋଦ ରାୟ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ,ଆଠଗଡ, ତିଗିରିଆ, ବଡମ୍ବା,ନରସିଂହପୁର, ଢେଙ୍କାନାଳ, ଭୁବନେଶ୍ବର, ବାଙ୍କୀ ପ୍ରଭୁତି ଅଞ୍ଚଳରୁ ଓକିଲ ମାନେ ସଭାରେ ଯୋଗଦେଇଥିଲେ।
Breaking News
ଦକ୍ଷିଣଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହେଲା ଝାମୁଯାତ୍ରା,48 ବ୍ରତଧାରି ଝାମୁ ଚାଲିଲେ


ଆଠଗଡ ( ଉଲ୍ଲାପ୍ର )ଆଠଗଡ ଅଞ୍ଚଳର ଆରାଧ୍ୟା ଦେବି ମା ଦକ୍ଷିଣଚଣ୍ଡୀ ଙ୍କ ପୀଠରେ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି, ପୂର୍ବରାତ୍ରି ରେ ମାନସିକ ଧାରି ଝାମୁଆମାନେ ମାଙ୍କ ପୀଠରେ ଅଧିଆ ପଡ଼ିଥିଲେ, ଚଳିତବର୍ଷ ଦକ୍ଷିଣଚଣ୍ଡୀଙ୍କ ପୀଠରେ 48 ଜଣ ଝାମୁଆ ଝାମୁ ଚାଲିଥିଲେ, ଅପରାହ୍ନ ରେ ମାନସିକ ଧାରି ଝାମୁଆ ମାନେ ଏକତ୍ର ହୋଇ ଗ୍ରାମ ପରିକ୍ରମା କରିବାପରେ ବାରବାଟି ସାଗରକୁ ଯାଇ ସ୍ନାନ କରିବା ପରେ କାଳିସୀ ସମସ୍ତ ଝାମୁଆଙ୍କୁ ଧରି ଝାମୁ ଚାଲିବାକୁ ପୀଠରେ ପହଂଚିଥିଲେ, ଝାମୁଯାତ୍ରା ରେ କିଛି ମହିଳା ମଧ୍ୟ ଝାମୁ ଚାଲୁଥିବାର ଦେଖା ଯାଇଥିଲା, ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା ଏହି ଝାମୁଯାତ୍ରା, ଶାନ୍ତିଶୃଙ୍ଖଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଝାମୁଯାତ୍ରା,

Exclusive
ଆଜି ଘର ଚଟିଆ ଦିବସ, ହେଲେ ଘର ଚଟିଆ ଗଲେ କୁଆଡେ


ହଜି ଗଲେଣି ଘର ଚଟିଆ, ଚାକ ଚକ୍ୟ ସହରୀ ସଭ୍ୟତା ମଧ୍ୟରେ ଆଉ ଚାଳ ଛପର ଘର ଦେଖିବାକୁ ମିଳୁନାହିଁ, ଏମାନଙ୍କ ବଂଶ ବୃଦ୍ଧିପାଇଁ ବନବିଭାଗ ମଧ୍ୟ ପଦକ୍ଷେପ ନେଉନାହିଁ, ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ଘରର ଛାତ ତଳେ ଘର ଚଟିଆ ମାନଙ୍କ ପାଇଁ ବସା କଲେ ବୋଧେ ସେମାନଙ୍କ ବଂଶ ବୃଦ୍ଧିପାଇ ପାରେ,
Breaking News
ଆନ୍ତର୍ଜାତୀୟ ମହିଳା ଦିବସ ରେ ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ

ଫୁଲବାଣୀ /(ସୁନୀଲ ପଟନାୟକ )
ଆନ୍ତର୍ଜାତୀୟ ମହିଳା ଦିବସ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ସୁଶ୍ରୀ ସଞ୍ଜିତା ପ୍ରଧାନ ଙ୍କୁ ଆଦର୍ଶ ଶିକ୍ଷୟତ୍ରୀ ତଥା ଗୁଣାତ୍ମକ ଶିକ୍ଷା ର ପ୍ରଚାର ପ୍ରସାର କରିବା ସହ ଶିକ୍ଷକତାରେ ନିଜର ସଫଳତା ଓ ପାରଦର୍ଶିତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା l
ଶିକ୍ଷୟତ୍ରୀ ସୁଶ୍ରୀ ପ୍ରଧାନ ଦୀର୍ଘ ବର୍ଷ ଧରି ନିଷ୍ଠା ଓ ଆନ୍ତରିକତାର ସହ ଶିକ୍ଷାଦାନ କରିଆସୁଛନ୍ତି l
ଜିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଶ୍ରୀ ପୁଷ୍ପାଞ୍ଜଳି ମିଶ୍ର ସମ୍ବର୍ଦ୍ଧିତ କରିଥିଲେ l
ସମ୍ବର୍ଦ୍ଧିତ ହେବା ପରେ ସଞ୍ଜିତା ବେଶ ଖୁସି ଅନୁଭବକରିବା ସହ ଏହା ତାଙ୍କୁ ଆଗକୁ ଅଧିକଆଗ୍ରହ, ଦକ୍ଷତା ଓ ନିଷ୍ଠା ର ସହ କାର୍ଯ୍ୟ କରିବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି କହିବା ସହ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି l
-
Uncategorized1 week ago
ଆଜିର ରାଶିଫଳ
-
Uncategorized2 weeks ago
ନଭେମ୍ବର 19 ତାରିଖ ରବିବାର🌹꧁ ଆଜିର ରାଶିଫଳ🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।✧═════•❁❀❁•═════✧🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।✧═════•❁❀❁•═════✧🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।✧═════•❁❀❁•═════✧🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।✧═════•❁❀❁•═════✧🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।✧═════•❁❀❁•═════✧🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।✧═════•❁❀❁•═════✧🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।✧═════•❁❀❁•═════✧🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।✧═════•❁❀❁•═════✧🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।✧═════•❁❀❁•═════✧🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।✧═════•❁❀❁•═════✧🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।✧═════•❁❀❁•═════✧🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।
-
Uncategorized2 weeks ago
-
Breaking News6 months ago
କଟକରେ ବିଦୁତ ବିଭ୍ରାଟ ଘଟଣାରେ ବିଜେପିର ଅଭିନଵ ବିକ୍ଷୋଭ
-
Breaking News2 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଜୟନ୍ତୀ ଅବସରରେ ଆମ ପ୍ରତିଭା ଆମ ସମ୍ମାନ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷାବିତ୍ ଓ ସଫଳ ଚାଷୀଙ୍କୁ ସମ୍ମାନିତ
-
Business3 years ago
ମା କରି କୋଲିଆଣି ପେଟ୍ରୋଲ ପମ୍ପ ଉଦଘାଟିତ
-
Breaking News2 years ago
ବିଭୁତି ମିଶ୍ର କଂଗ୍ରେସ ରେ ମିଶିଲେ, ସମବାୟ ଦୁର୍ନୀତି ହେବ ମୂଳ ପ୍ରସଙ୍ଗ ବୋଲି କହିଲେ
-
Breaking News2 weeks ago
ଢେ଼ଙ୍କାନାଳ ବନ ଖଣ୍ଡ ମହା ବିରୋଡ ରେଞ୍ଜ ମାଇ ହାତୀ ର ମୃତ୍ୟୁ । ବନ ବିଭାଗର ଅପାରଗତା ଯୋଗୁ ମାଇ ହାତୀର ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ