ଆସନ୍ତାକାଲି ଭାରତ ବନ୍ଦକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସବୁ ଅଫିସକୁ ଛୁଟି ଘୋଷଣା କଲେ

Udaya_Labanya | December 7, 2020 | 317 views |58 | Uncategorized

ଭୁବନେଶ୍ୱର(ବ୍ୟୁରୋ): ବିଭିନ୍ନ କୃଷକ ସଂଗଠନ  ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଅଫିସ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ଯୋଗୁଁ ଗମନାଗମନ ଓ ପରିବହନରେ ଅସୁବିଧା ହେବାର ଆଶଙ୍କା ଦର୍ଶାଇ ଏଭଳି ନିଷ୍ପତ୍ତି ନେଇଥିବା ଗଣମାଧ୍ୟମ କୁ ଜଣାଇଛନ୍ତି। ଆସନ୍ତାକାଲି ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ବନ୍ଦ ରହିଲେ ମଧ୍ୟ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବା ନେଇ ସୂଚନା ଦିଆଯାଇଛି।
କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ବିଭିନ୍ନ କୃଷକ ସଂଗଠନ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଛି। କିଛି ରାଜନୈତିକ ଦଳ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବନ୍ଦକୁ ସମର୍ଥନ କରୁଥିବା ବେଳେ ବିଜେଡି ଏପର୍ଯ୍ୟନ୍ତ ବନ୍ଦକୁ ସମର୍ଥନ କି ବିରୋଧ କରିବ ସେନେଇ କିଛି ନିଷ୍ପତ୍ତି ଜଣାଇନାହିଁ। ମାତ୍ର ରାଜ୍ୟ ସରକାର ନିଜର ସମସ୍ତ ସରକାରୀ ଅଫିସକୁ ବନ୍ଦ ଘୋଷଣା କରିବା ବୁଦ୍ଧିଜୀବି ମହଲରେ ଏକ ହାଲକା ବିସ୍ମୟ ସୃଷ୍ଟି କରିଛି। ଏହି ନିଷ୍ପତ୍ତି ସମର୍ଥନ ନା ସମୟର ଆହ୍ୱାନ ଏ ନେଇ ଏକ ଭ୍ରମ ସୃଷ୍ଟି କରୁଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ସର୍ବଦା ସରପ୍ରାଇଜ ଗିଫ୍ଟ ବୋଲି ରାଜନୈତିକ ଖଟିରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ତେବେ ପ୍ରକୃତ ସତ୍ୟ କ’ଣ ?

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 9 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

4 thoughts on “ଆସନ୍ତାକାଲି ଭାରତ ବନ୍ଦକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସବୁ ଅଫିସକୁ ଛୁଟି ଘୋଷଣା କଲେ

Leave a Reply

Your email address will not be published. Required fields are marked *

Archives

Categories