ଆଠଗଡ ସମବାୟ ଋଣ ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ଡି, ପୁରନ୍ଦେଶ୍ୱରୀ

Udaya_Labanya | December 12, 2020 | 124 views |0 | Uncategorized


ଭୁବନେଶ୍ୱର(ଉଲାପ୍ର)ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଜାତୀୟ ସ୍ତରର ନେତ୍ରି ଆଠଗଡ ସମବାୟ ଋଣ ଦୁର୍ନୀତି ପ୍ରସଙ୍ଗ ଉଠାଇ ଚର୍ଚ୍ଚାକୁ ଆସିଛନ୍ତି,ଯେତେବେଳେ ଆଠଗଡ ରେ କୌଣସି ଗଣମାଧ୍ୟମ ପ୍ରତିନିଧିମାନେ ଏହି ସମବାୟ ଋଣ ଜାଲିଆତି ଘଟଣାକୁ ଲୋକ ଲୋଚନକୁ ଆଣିଲେ ନାହିଁ ସେଠି ଆଠଗଡ ରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ଉଦୟ ଲାବଣ୍ୟ ଏହି ଘଟଣା କୁ ଲୋକଲୋଚନକୁ ଆଣିବା ପରେ ଏହା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହେବା ପରେ ସମବାୟ ବିଭାଗ ଘଟଣା ଉପରେ ତଦନ୍ତ କରି ସମବାୟ ବିଭାଗର ଛ ଜଣଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ,ପରବର୍ତ୍ତୀ ସମୟରେ ଚାଷିମାନେ ବିଧାୟକ ଙ୍କ ବାସଭବନ ଆଗରେ ଧାରଣା ଦେବା ସହିତ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ,ଶନିବାର ଦିନ ବିଜେପିର ରାଜ୍ୟ ପ୍ରଭାରି ଡି, ପୁରନ୍ଦେଶ୍ୱରୀ ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ରାଜ୍ୟ ସରକାର ଚାଷୀମାନଙ୍କ ହିତରେ ନାହାନ୍ତି ବୋଲି କହିବା ସହିତ ଆଠଗଡ ରେ ସମବାୟ ଦୁର୍ନୀତି ସମ୍ପର୍କରେ ପ୍ରଥମ ଥର ପାଇଁ ଜଣେ ଜାତୀୟ ସ୍ତରର ନେତ୍ରୀ ସିଧାସଳଖ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି,ବିଧାୟକ ଙ୍କ ଛତ୍ରଛାୟା ତଳେ ରହି ତଳିଆ କର୍ମଚାରୀ ତଥା ସମବାୟ ବିଭାଗର କର୍ମଚାରୀ ମାନେ ଦୁର୍ନୀତି ରେ ଲିପ୍ତ ଅଛନ୍ତି,ରାଜ୍ୟ ସରକାରଙ୍କ ଯଦି ଆନ୍ତରିକତା ଅଛି ଚାଷୀ ମାନଙ୍କ ପ୍ରତି ତେବେ ଚାଷୀ ମାନଙ୍କୁ ସହଯୋଗ କରନ୍ତୁ,ଆଠଗଡ ଚାଷୀଙ୍କ ଋଣ ଟଙ୍କା ଯିଏ ଖାଇଛି ସମବାୟ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଡ଼ି, ପୁରନ୍ଦେଶ୍ୱରୀ ଦାବି କରିଛନ୍ତି।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories