ବିନା ହେଲମେଟ ରେ ଯିବା ପଡିଲା ମହଙ୍ଗା, ପୋଲିସ ମାଡରେ ବାଇକ ଚାଳକ ଗୁରୁତର

Udaya_Labanya | December 27, 2020 | 82 views |0 | Crime

ରାୟଗଡା, ଟ୍ରାଫିକ ଯାଂଚ ବେଳେ ହେଲମେଟ ନ ପିନ୍ଧି ଥିବାରୁ ବିଚରାସ୍ତାରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ । ତଳ ଶାଙ୍କେଶ ଗାଁର ରାହୁଲ ହିମିରିକା (18) ଓ କିଷାନ କୋଲକା (17) ନାମକ ଦୁଇ ଯୁବକ ବାଇକ ଯୋଗେ ମା ମଝିଘରିଆଣୀ ମନ୍ଦିର ଅଭିମୁଖେ ଯାଉଥିବା ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ହେଲମେଟ ଯାଞ୍ଚ ସମୟରେ ହେଲମେଟ ପିନ୍ଧି ନ ଥିବାରୁ ପୋଲିସ ଗାଡି ଅଟକାଇ ଥିଲେ। ଗାଡ଼ିରୁ ଚାବି ଟାଣି ନେବା ସହ ଲାଠି ସାହାଯ୍ୟରେ ଯୁବକଙ୍କୁ ପୁଲିସ ନିସ୍ତୁକ ମାଡ ମାରି ଥିବା ଅଭିଯୋଗ ହୋଇଛି । ଫଳରେ ରାହୁଲର ମୁଣ୍ଡ ଓ ହାତରେ ଆଘାତ ଲାଗି ରକ୍ତ ଶ୍ରାବ ହୋଇଥିଲା । ରାହୁଲ ତଳେ ପଡିଯିବା ପରେ ପୋଲିସ ତାଙ୍କୁ ଓ ସାଥିରେ ଥିବା କିଷାନକୁ ସେଠାରେ ଛାଡି ଚାଲିଯାଇଥିଲା । ସ୍ଥାନୀୟ ଲୋକ ପିଲାଟିକୁ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୁଲିସର ଏପରି ବର୍ବରତାକୁ ବିରୋଧ କରି ପିଲାଙ୍କ ପରିବାର, ସାଙ୍ଗସାଥି ଓ ସ୍ଥାନୀୟ ଲୋକେ ଟାଉନ ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ବସି ରହିଛନ୍ତି । ମାଡ ମାରିଥିବା ପୋଲିସକୁ ଡକାଯାଉ ଏବଂ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଅଡି ବସିଥିଲେ । ପରେ ଜିଲ୍ଲା ଏସ.ପି.ଶର୍ବଣା ବିବେକ ପଂହଚି ତଦନ୍ତ କରାଯାଇ ଦୋଷୀଙ୍କ ବିରାେଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୃତି ଦେବା ପରେ ଧାରଣାକାରୀମାନେ ଧାରଣାରୁ ଓହରିଥିଲେ । ସେପଟେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ମଧ୍ଯ ଉତ୍ତେଜନା ପ୍ରକାଶ ପାଇ ଥିଲା।

Share this

Related Posts

ମଦ୍ୟପ ସ୍ୱାମୀ ର ଠେଙ୍ଗା ମାଡ଼ ରେ…

Udaya_Labanya | March 19, 2023 | 6 views |0

ଫୁଲବାଣୀ(ସୁନୀଲ ପଟନାୟକ )ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ର ମୃତ୍ୟୁ lମୃତକ ଜଣକ ଫିରିଙ୍ଗିଆ ଥାନା ଅନ୍ତର୍ଗତ କରାଣ୍ଡିବାଲି ଅଂଚଳର ସଦାଶିବ ନାୟକ ଙ୍କ ପତ୍ନୀ ମିନତୀ କହଁର l ସଦାଶିବ ଓ ମିନତୀ ପ୍ରେମ ବିବାହ କରିଥିଲେ lତେବେ ସଦାଶିବ…

ଫିରିଙ୍ଗିଆ ପୋଲିସ ର ସଫଳତା, କାର ସହ…

Udaya_Labanya | March 19, 2023 | 8 views | 0

ଫୁଲବାଣୀ(ସୁନୀଲ ପଟନାୟକ )ରବିବାର ଫିରିଙ୍ଗିଆ ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ମା ଝିପାଡା ଘାଟି ନିକଟ…

Leave a Reply

Your email address will not be published. Required fields are marked *

Archives

Categories