
ସରକାରୀ ସ୍କୁଲ ବନ୍ଦ ପ୍ରତିବାଦ ରେ ବରପାଲିରେ ଧାରଣା
Udaya_Labanya | December 27, 2020 | 200 views |0 | Uncategorized
ବରଗଡ଼(ଉଲାପ୍ର)ବରଗଡ଼ ଜିଲ୍ଲାରେ 273ଟି ସରକାରୀ ସ୍କୁଲ ବନ୍ଦ ହେବା ପରେ ଏହାକୁ ନେଇ ଆନ୍ଦୋଳନ ଜାରି ରହିଛି। ବରପାଲି ବ୍ଲକ ରେ 15ଟି ସ୍କୁଲ ବନ୍ଦ ହେଉଥିବା ରୁ ଏହାକୁ ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ଏହା ଦିଆ ଯାଇଛି । ବରପାଲି ବ୍ଲକ ର ଭୋଇଟିକ୍ରା, ଗୋବିନ୍ଦପୁର, ଟିଙ୍ଗିପାଲି, ବିଜୟାପଲ୍ଲୀର ଅଭିଭାବକ ମାନେ ଏହି ରାଲି ଓ ଧାରଣା କାର୍ଯ୍ୟକ୍ରମ ରେ ଯୋଗ ଦେଇ ସ୍କୁଲ ବନ୍ଦ ର ପ୍ରତିବାଦ କରିଥିଲେ। କେଉଁ ସ୍ଥାନରେ ଦୁଇ ତିନି କିଲୋମିଟର ଦୂରକୁ ଯିବାକୁ ପଡୁଛି ତ ଆଉ କେଉଁଠି ନଦୀ, ନାଳ, ରେଳ ଲାଇନ, କେନାଲ ଭଳି ପ୍ରତିକୂଳ ରାସ୍ତା ଦେଇ ଯିବାକୁ ଥିବାରୁ କୁନି କୁନି ଛୁଆ ମାନଙ୍କୁ ଛାଡିବା ପାଇଁ ଅଭିଭାବକ ମାନେ ଚାହୁଁ ନାହାଁନ୍ତି।ଏପରି ସ୍ଥିତିରେ ସମସ୍ତ ସରକାରୀ ସ୍କୁଲ କୁ ପୂର୍ବପରି ଚାଲୁ ରଖିବାକୁ ଦାବୀ ହେଉଛି।ଏଥିରେ ଆମ ଆଦମୀ ପାର୍ଟି ର ଜିଲ୍ଳା ଆବାହକ ଭାବନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମରିୟମ ବାର୍ଳା, ବାସ୍ମତି ବଂଛୋର, ମମତା ବେହେରା, କବିରାଜ ପଧାନ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।