
ଜାତୀୟ କଂଗ୍ରେସ ର ୧୩୬ ତମ ପ୍ରତିଷ୍ଠା ଦିବସ ଆଠଗଡ ରେ ପାଳିତ
Udaya_Labanya | December 28, 2020 | 214 views |0 | Uncategorized
ଭାରତୀୟ ଜାତୀୟ କଂଗ୍ରେସ ର ୧୩୬ ତମ ପ୍ରତିଷ୍ଠା ଦିବସ ଆଜି ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି।ଆଠଗଡ଼ କଂଗ୍ରେସ ନେତା ପୂର୍ଵତନ ବିଧାୟକ ଉମାବଲ୍ଲଭରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ପୂର୍ବତନ ରାଜ୍ୟସଭା ସାଂସଦ ସୁବାଷ ମହାନ୍ତି ମୂଖ୍ୟ ଅତିଥି ଭାବରେ ଯୋଗଦେଇ କଂଗ୍ରେସ ପତାକା ଉତ୍ତୋଳନ କରିଥିଲେ।ଵନ୍ଦେମାତରମ ସଂଗୀତଗାନ ପରେ ଜାତିରପିତା ମହାତ୍ମାଗାନ୍ଧୀ ଓ ଅନ୍ୟ ମହାପୁରୁଷ ମାନଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ସମାରୋହର ଶୁଭାରମ୍ଭ ହୋଇଥିଲା।ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ ଗାନକରାଯାଇଥିଲା।ମୂଖ୍ୟ ଅତିଥି ତାଙ୍କ ବକ୍ତଵ୍ୟରେ ଆଜି କଂଗ୍ରେସ ଦୂର୍ଦିନରେ ଗତିକରୁଛି।ଅତିତରେ ମଧ୍ୟ କଂଗ୍ରେସ ଏଭଳି ଦୂର୍ଦିନରୁ ମୁକୁଳି ୧୯୮୦ରୁ ୨୦୧୪ ପର୍ଯ୍ୟନ୍ତ ନିରଙ୍କୁଶ କ୍ଷମତା ରେ ରହିଥିଲା।
ଏଣୁ କଂଗ୍ରେସ ର ନେତା ଓ କର୍ମୀ ମାନେ ହତୋତ୍ସାହିତ ନହୋଇ ସାଧାରଣ ଲୋକଙ୍କ ସହ ନିରନ୍ତର ସଂପର୍କ ରଖିଲେ ଭବିଷ୍ୟତରେ ଦଳ ପୂନର୍ଵାର କ୍ଷମତା କୁ ଫେରିଵ।ସମାରୋହରେ ଅଧ୍ୟକ୍ଷତା କରୁଥିବା ଉମାବଲ୍ଲଭରଥ ରଥ ତାଙ୍କ ବକ୍ତଵ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ଆଣିଥିବା କୃଷି ବିଲ ଯୋଗୁଁ କିଭଳି ସାଧାରଣ ଚାଷୀ, ଖାଉଟିପ୍ରଭାବିତ ହେଵେ ଓ ଆଦାନି ଆଦି ବଡବଡ ବ୍ୟବସାୟୀ ମାନେ ଫାଇଦା ପାଇବେ ତାହା ପ୍ରାଂଜଳଭାବରେ କହିଥିଲେ।ସମାରୋହରେ ସଦାନନ୍ଦ ପଟ୍ଟନାୟକ, ସୁରେଶ ପରିଡା ,ଶଚିଦାନନ୍ଦ ପଣ୍ଡା ଓ ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଵକ୍ତବ୍ୟ ରଖିଥିଲେ।।ଏହିପ୍ରତିଷ୍ଠା ଦିବସରେ କଂଗ୍ରେସ ନେତା ସୁନିଲସୁତାର,ମଂଗୁଳିପାଣି, ସୁଦର୍ଶନ ସାହୁ,ରଜନୀଜେନା,ଅସିତ ପ୍ରଧାନ, ମାନସରଂଜନପଟ୍ଟନାୟକ,ମନୋରଞ୍ଜନ ପଟ୍ଟନାୟକ,ଅଶୋକ ପ୍ରଧାନ, ଅଶୋକଦାସ, ତିଗିରିଆ ର କଂଗ୍ରେସ ନେତା ସରୋଜ ଦାସ,ମନୋରଞ୍ଜନ ଦାସ, ସାଗର ନାୟକ,ପ୍ରଶାନ୍ତ ଵେହେରା,ଚନ୍ଦନ ଦଳେଇ,ପ୍ରତାପପରିଡା,ପ୍ରକାଶ ପୁହାଣ ଓକୈଳାସରାଉତ ପ୍ରମୁଖ ଵହୁକଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ।ଶେଷରେ ସମସ୍ତେ ଏକ ତ୍ରୀରଂଗା ଶୋଭାଯାତ୍ରାରେ ରେ ବାଇକଯୋଗେ ଆଠଗଡ ସହର ପରିକ୍ରମା କରିଥିଲେ