ପଦୋନ୍ନତି କରାନଗଲେ କରୋନା ଟୀକାକୁ ପ୍ରତ୍ୟାଖ୍ୟାନ କରିବେ ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ କର୍ମୀ।।

Udaya_Labanya | January 6, 2021 | 21 views |0 | Uncategorized

ରାୟଗଡା(ଉଲାପ୍ର) ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ସରକାରୀ ସ୍ୱୀକୃତି ପ୍ରାପ୍ତ 4 ଟି କ୍ଷେତ୍ର କର୍ମଚାରୀ ( ସ୍ୱାସ୍ଥ୍ୟକର୍ମୀ) ଯଥା – ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ( A N M ) ଓଡିଶା ରାଜ୍ୟ ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ( health worker male ) ଓଡିଶା ବହୁମୁଖୀ ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଓ ସ୍ୱାସ୍ଥ୍ୟ କର୍ମୀ ପ୍ରାୟ 15000, ରାଜ୍ୟର ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ଯୋଜନା ନିମନ୍ତେ କାର୍ଯ୍ୟ କାରୁଥିବା ସହ ବନ୍ୟା , ବତ୍ୟା ଓ ମୁଖ୍ୟତଃ କୋରନା ମୁକାବିଲା କ୍ଷେତ୍ରରେ ଆଗ ଧାଡିରେ ଏକ ଯୋଦ୍ଧା ଭାବେ ଦିବା ରାତ୍ର କାର୍ଯ୍ୟରତ ରହି ଓଡିଶା ର ଜନସେବାରେ ଲିପ୍ତ ରହିଥିବାର ଦେଖିବାକୁ ମିଳିଛି।ଡାକ୍ତର , ଷ୍ଟାଫ ନର୍ସ ପ୍ରଭୃତିକୁ ଅଧିକ ଗୁରୁତ୍ୱ ଦେଇ ସେମାନଙ୍କ ପଦବୀ ପରିବର୍ତନ ସହ କ୍ୟାଡ଼ ର ପୁନଃଗଠନ କରି ଚାକିରୀ କାଳରେ 5 ରୁ 7 ଟି ପଦୋନ୍ନତି ବ୍ୟବସ୍ଥା କରାଯାଇଛି , କିନ୍ତୁ ଏହି 4 ଟି କ୍ଷେତ୍ର ରେ କୌଣସି ପ୍ରକାର ଏହି ପରି ପଦୋନ୍ନତି ଦେଖାଯାଇ ନାହିଁ। 10 ବର୍ଷ ହେଲା 4 ଟି ସଂଘ ଦ୍ୱାରା ସ୍ୱାସ୍ଥ୍ୟ ବିଭାଗକୁ ଲିଖିତ ମାଧ୍ୟମରେ ଅବଗତ କରାଇଥିଲେ ମଧ୍ୟ କୌଣସି ଫଳାଫଳ ମିଳିନାହିଁ।ତେଣୁ ଉକ୍ତ ସଂଘ ମାନଙ୍କ ଦ୍ୱାରା ସରକାରଙ୍କୁ ଅନୁରୋଧ କରାଯାଇଛି ଯେ କ୍ୟାଡ଼ ର ପୁନର୍ଗଠନ ଓ ପଦବୀ ପରିବର୍ତନ ଦିଗରେ ଯଥା ଶୀଘ୍ର ଆଲୋଚନା ସହ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ସରକାରଙ୍କ ଦ୍ୱାରା ହେବାକୁ ଯାଉଥିବା କୋରନା ଟୀକାକରଣ କୁ ପ୍ରତ୍ୟାଖାନ କରିବା ସହ କଳା କ୍ୟାଡ଼ ପିନ୍ଧି ଦୃଢ ପ୍ରତିବାଦ କରିବୁ ବୋଲି ଲିଖିତ ମାଧ୍ୟମରେ ଚେତବନି ଦେଇଛନ୍ତି।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories