ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Udaya_Labanya | January 6, 2021 | 56 views |0 | Uncategorized


ବରଗଡ଼(ଉଲାପ୍ର)ରଗଡ଼ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ଜାତୀୟ ଉତ୍ସବ କୋଭିଡ କଟକଣା ପାଳନ ପୂର୍ବକ କେବଳ ପୋଲିସ ଦଳଙ୍କୁ ନେଇ ପାଳନ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ୟାରେଡ୍ ଉତ୍ସବ ସିମୀତ ସ°ଖ୍ୟକ ଦର୍ଶକ,ମାକ୍ସ ପରିଧାନ, ସାମାଜିକ ଦୂରତା ଆଦି କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଉକ୍ତ ଦିନ ସକାଳ ସାତଟା ରୁ ସାତଟା ତିରିସ୍ ମିନିଟ ମଧ୍ୟରେ ଜିଲ୍ଲା ର ସମସ୍ତ ସରକାରୀ ବେସରକାରୀ ଅଫିସ୍ ଓ ଅନୁଷ୍ଠାନ ଗୁଡ଼ିକ ରେ ଜାତୀୟ ପତାକା ଉତ୍ତୋଳନ କରିବା କୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରିଜର୍ଭ ପୋଲିସ ଆର ଆଇ ପ୍ୟାରେଡ୍ ପରିଚାଳନା କରିବେ। ଉକ୍ତ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ,ଉପ ଜିଲ୍ଲାପାଳ ପ୍ରଭାତ ଦଣ୍ଡ ସେନା, ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 10 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories