ତୁମୁଡିବନ୍ଧ ବନାଞ୍ଚଳରେ ବଣୁଆ ହାତୀ ଉପଦ୍ରଵ : ହାତୀ ଦଳିଦେବାରୁ ଜଣଙ୍କ ମୃତ୍ୟୁ :ତଦନ୍ତ ଅବ୍ୟାହତ

Udaya_Labanya | February 25, 2021 | 24 views |0 | Uncategorized


ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳର ଶିର୍ଲା ନିକଟସ୍ଥ ଟାହିପଡା ନିକଟ ଜଙ୍ଗଲରେ ହାତୀ ଦଳି ଦେବାରୁ ଜଣଙ୍କର ମୃତ୍ୟୁ ହେବା ଯୋଗୁଁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି l ଗତ ଦୁଇ ଦିନ ହେଲା ଟାହି ପଡା ଗ୍ରାମର ସୁକାଲା ପାଟମାଝୀ(୬୨) ନିଖୋଜ ଥିବା ବେଳେ ଆଜି ନିକଟସ୍ଥ ଜଙ୍ଗଲ ରୁ ମୃତ ଦେହ ଉଦ୍ଧାର କରାଯାଇଛି l ଖବର ପାଇ ଘଟଣା ସ୍ଥଳରେ ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ ସଦଳବଳ ପହଂଚି ଶବକୁ ଜବତ କରି ବ୍ୟବଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିବା ବେଳେ ତୁମୁଡିବନ୍ଧ ବନାଞ୍ଚଳ ରେଞ୍ଜର

ଲଳିତ ମୋହନ ନାୟକ, ଫରେଷ୍ଟର ମାନସ ରଞ୍ଜନ ସାହୁ, ପିୟୁଷ ପ୍ରତୀକ ପଟ୍ଟନାୟକ, ଓ ଶିବ ଶଙ୍କର ସାହୁ ପ୍ରମୁଖ ଘଟଣା ସ୍ଥଳ ଓ ହାତୀ ଦଳି ମାରିଥିବା ସୁକାଲାଙ୍କ ପରିବାର ନିକଟରେ ପହଂଚି ରେଞ୍ଜର ଶ୍ରୀ ନାୟକ 10ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ବନ ବିଭାଗ ଏବଂ ରାଜ୍ୟ ସରକାରଙ୍କ ତରଫରୁ ଯାହା କିଛି ସହାୟତା ରାଶି ମିଳି ପାରିବ ସେ ନେଇ ସହଯୋଗ କରିବେ ବୋଲି ପ୍ରତିଶୃତି ଦେବା ସହ ତଦନ୍ତ ଅବ୍ୟାହତ ଥିବା ପ୍ରକାଶ କରିଛନ୍ତି l ସୂଚନା ଯୋଗ୍ୟ ଯେ, ଦୁଇ ଦିନ ପୂର୍ବେ ଚନ୍ଦ୍ରଗିରୀ ଜଙ୍ଗଲରୁ ଗୋଟାଏ ମାଈ ହାତୀ ଓ ଏକ ଛୁଆ ହାତୀ ତୁମୁଡିବନ୍ଧ ସହର ଉପରକୁ ଆସିବା ସହ ୫୯ଜାତୀୟ ରାଜପଥ ଉପରେ ବୁଲିବା ସହ ପୁଣି ଆସିଥିବା ରାସ୍ତା ଦେଇ ଚାଲିଯାଇଥିଲେ। କୌଣସି କ୍ଷତି କରିନଥିବା କୁହାଯାଉଥିବା ବେଳେ ଆଜି ଏହି ବ୍ୟକ୍ତି ର ଶବ ମିଳିବା ପରେ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି l

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 34 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 45 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories