ମହିମାସ୍ୱାମୀଙ୍କ ଆଦ୍ୟପୀଠ ମାଳବିହାରପୁର ଗ୍ରାମରେ ମାଘମାସ ଚତୁର୍ଦ୍ଦଶୀରେ ଉଠିଲା ଝାଡ଼

Udaya_Labanya | February 25, 2021 | 92 views |0 | Uncategorized


ଆଠଗଡ(ଉଲାପ୍ର)ମହିମାସ୍ୱାମୀ ଭାରତ ପରିଭ୍ରମଣ ସମୟରେ ଆଠଗଡ ନିକଟସ୍ଥ ବାଙ୍କିର ମାଳବିହାରପୁର ଗ୍ରାମରେ ଶୂନ୍ୟମନ୍ଦିର ପ୍ରତିଷ୍ଠାକରି ୧୮୬୪ ମସିହାରେ ପ୍ରଥମେ ମାଘମାସ ଚତୁର୍ଦ୍ଦଶୀ ରେ ପ୍ରଥମେ ବିଶ୍ୱବାସୀଙ୍କ ଶାନ୍ତି ଉଦେଶ୍ୟରେ ଝାଡ଼ ଜାଳିଥିଲେ,ସେହିଦିନ ଠାରୁ ଅଦ୍ୟାବଧି ୧୫୮ ବର୍ଷ ଧରି ଏହି ଆଦ୍ୟାଧାମ ରେ ଚତୁର୍ଦ୍ଦଶୀ ରେ ଝାଡ଼ ଜଳି ଆସୁଛି,ସେଥିପାଇଁ ଏହି ଆଦ୍ୟାଧାମର ପୀଠରେ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ,ଗ୍ରାମବାସୀଙ୍କ ସହଯୋଗରେ ପ୍ରତିବର୍ଷ ଏହି ଝାଡ଼ ଜଳି ଆସୁଛି,ମହିମାସ୍ୱାମୀଙ୍କ ଏହି

ଆଦ୍ୟପୀଠରେ ଝାଡ଼ ଜଳି ସାରିବା ପରେ ଗାଦି ଜୋରନ୍ଦା ରେ ଝାଡ଼ ଜଳିବାର ବିଧି ବ୍ୟବସ୍ଥା ରହିଛି,ମହିମାସ୍ୱାମୀ ଏହି ଧାମରେ କିଛିବର୍ଷ ରହିବା ପରେ ଏଠାରୁ ଚାଲିଚାଲି ଆଠଗଡ ଦେଇ ଜୋରନ୍ଦା ରେ ପହଁଚି ଝାଡ଼ ଜାଳିଥିଲେ ବୋଲି ସୂଚନାମିଳେ,ଏହି ପୀଠଟି ମହିମାସ୍ୱାମୀ ଙ୍କ ଆଦ୍ୟପୀଠ ହୋଇଥିଲେ ମଧ୍ୟ ଏହି ପୀଠଟି ଏବେ ଅବହେଳିତ ହୋଇ ପଡିଛି,ବାଙ୍କି ନିର୍ବାଚନ ମଣ୍ଡଳୀ ରେ ଏହି ପୀଠ ଟି ଯାଉଥିଲେ ମଧ୍ୟ ନା ସରକାରଙ୍କ କୌଣସି ପଦକ୍ଷେପ ନେଇଛନ୍ତି,କିମ୍ବା ପର୍ଯ୍ୟଟନ ବିଭାଗ କୌଣସି ପଦକ୍ଷେପ ନେଇଛି,ଏହା ବ୍ୟତୀତ ସବୁଠାରୁ

ଦୁଃଖର କଥା ହେଲା ବାଙ୍କି ନିର୍ବାଚନ ମଣ୍ଡଳୀ ର ବିଧାୟକ ମାନେ ମଧ୍ୟ ଏହି ମହିମାସ୍ୱାମୀ ଙ୍କ ଆଦ୍ୟପୀଠକୁ ଉନତି ନକରିବା ଯୋଗୁ ଗ୍ରାମବାସୀମାନେ ଦୁଃଖ ପ୍ରକାଶ କରିଛନ୍ତି,ଯେହେତୁ ମାଳବିହାରପୁର ଗ୍ରାମରେ ଏହି ପୀଠଟି ରହିଛି ସେଥିପାଇଁ ଗ୍ରାମବାସୀ ଙ୍କ ସହଯୋଗରେ ଏହି ପୀଠରେ କିଛି କାର୍ଯ୍ୟକ୍ରମ ଚାଲି ଆସିଛି ବୋଲି କୁହନ୍ତି ଗ୍ରାମବାସୀ।

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 34 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 45 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories