OTT ଓ ସୋସିଆଲ ମିଡିଆ ପାଇଁ ନିୟମ ଜାରି, ଓଟିଟି ପାଇଁ ସେନସର ବୋର୍ଡ

Udaya_Labanya | February 26, 2021 | 26 views |0 | Uncategorized

ଭାରତରେ ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ନୂଆ ନିୟମ । ନିୟମ ଜାରି କରିଛି କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ । ଏନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ବିଦେଶୀ ସୋସିଆଲ ମିଡିଆ କମ୍ପାନୀ ଭାରତକୁ ଆସନ୍ତୁ କିନ୍ତୁ ସୋସିଆଲ ମିଡିଆର ଅପବ୍ୟବହରା ଉପରେ ଅଭିଯୋଗ ପାଇଁ ଫୋରମ ରହିବାର ଆବଶ୍ୟକତା ରହିଛି ।

ସୋସିଆଲ ମିଡିଆର ଦୁରୁପଯୋଗକୁ ନେଇ ବ୍ୟାପକ ଆଲୋଚନା ପରେ ୨୦୧୮ ଡିସେମ୍ବର ମାସରେ ସରକାର ଏକ ଡ୍ରାଫ୍ଟ ତିଆରି କରିଥିଲେ । ନୂଆ ଗାଇଡ ଲାଇନ୍ ଅନୁସାରେ କୌଣସି ଅଭିଯୋଗ ଆସିଲେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସେହି କଣ୍ଟେଣ୍ଟକୁ ହଟାଇବାକୁ ପଡିବ ।

ସେହିପରି ୩ ମାସ ମଧ୍ୟରେ ନୂଆ ଆଇନକୁ କାର୍ଯ୍ୟକାରୀ କରାଯିବ । ରବି ଶଙ୍କର ପ୍ରସାଦ କହିଛନ୍ତି, ଭାରତରେ ହ୍ବାଟ୍ସଅପରେ ୫୩ କୋଟି, ଫେସବୁକର ୪୦ କୋଟି ଏବଂ ଟ୍ବିଟରର ୧ କୋଟି ୟୁଜର ରହିଛନ୍ତି । ତେଣୁ ଭାରତରେ ଏହି କମ୍ପାନୀ ମାନେ ମାତ୍ରାଧିକ ସୁବିଧା ଉଠାଉଛନ୍ତି ଏବଂ ଉପଯୋଗ କରୁଛନ୍ତି ମଧ୍ୟ । କିନ୍ତୁ ଏହା ଉପରେ ଆଇନ ଆଣିବା ଆବଶ୍ୟକ ରହିଥିବା କହିଛନ୍ତି ରବଶିଙ୍କର ।

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅନଲାଇନରେ ପ୍ଲାଟଫର୍ମକୁ ଯେଉଁଭଳି ଉପଯୋଗ କରାଯାଉଛି, ଏବଂ ଯେଉଁ ସବୁ କଣ୍ଟେଟ ପଡୁଛି । ତାହା ଉପରେ ଗାଇଡଲାଇନ ଆଣିବାର ଆବଶ୍ୟକତା ଥିବା ସୁପ୍ରିମକୋର୍ଟ କହିଥିଲେ । ନିର୍ଦ୍ଦେଶ ପରେ ଭାରତ ସରକାର ଏହା ଉପରେ ନିର୍ଦେଶାବଳୀ ଆଣିବାକୁ ଯାଉଛନ୍ତି ।

ବର୍ତ୍ତମାନ ଭାରତ ସରକାର ଅନଲାଇନ ପ୍ଲାଟଫର୍ମ ଉପରେ ବିଶେଷ ହସ୍ତକ୍ଷେପ କରିବାକୁ ଚାହୁଁ ନାହାନ୍ତି ବଂର ୟୁଜର୍ସ ନିଜେ ଭେରିଫିକେସନ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିଭଳି ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରସାରଣ କରିବା ଏବଂ ଗୁଜବ ସୃଷ୍ଟି କରୁଥିବା ୟୁଜର୍ସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ ।

ପ୍ରତ୍ୟେକ ୬ ମାସ ମଧ୍ୟରେ ଯାଞ୍ଚ ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ । କୌଣସି ଆପତ୍ତିଜନକ ପୋଷ୍ଟର ଅଭିଯୋଗ ହେଲେ ୨୪ ଘଣ୍ଟା ମଧ୍ୟରେ ହଟାଯିବ । କୌଣସି ଆପତ୍ତିଜନକ ପୋଷ୍ଟ ଏହାର ମୁଳ ସୃଷ୍ଟିକାରୀ କିଏ ତାହା ଜାଣିବାକୁ ସରକାର ଯଦି ରିପୋର୍ଟ ମାଗନ୍ତି ୭୨ ଘଣ୍ଟା ମଧ୍ୟରେ ସୋସିଆଲ ମିଡ଼ିଆକୁ ତାର ରିପୋର୍ଟ ଦେବାକୁ ପଡିବ । ଓଟିଟି କମ୍ପାନୀଙ୍କୁ ଅଭିଯୋଗ ଶୁଣାଣି ପାଇଁ ନିଯୁ୍କ୍ତି କରିବାକୁ କେନ୍ଦ୍ର ସରକାର ଗାଇଡଲାଇନରେ କହିଛନ୍ତି । ଭାରତ ଏକତା, କାନୁନ ବ୍ୟବସ୍ଥା ଓ ସମ୍ବିଧାନକୁ ବିରୋଧ କରି ପ୍ରଥମେ କିଏ ସୋସିଆଲ ମିଡିଆରେ ଅପଲୋଡ କଲା ତାର ସମ୍ପୂର୍ଣ୍ଣ ଡିଟେଲ୍ସ ଦେବାକୁ ପଡିବ ।

ଏସବୁ ଗାଇଡଲାଇନକୁ ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ମାନିବାକୁ ବାଧ୍ୟ । ଯଦି ନମାନିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ । ଏଥିସହ ଓଟିଟି ପ୍ଲାଟଫର୍ମ ସେମାନଙ୍କ କାର୍ଯ୍ୟକ୍ରମକୁ ୟୁ-ଏ ୭ ପ୍ଲସ, ୟୁ-ଏ ୧୩ ପ୍ଲସ, ୟୁ-ଏ ୧୬ ପ୍ଲସ, ଏ କାଟାଗୋରୀରେ ବିଭିକ୍ତ କରିବାକୁ ପଡିବ । ଏ କାଟାଗୋରୀ ପାଇଁ ପେରେଣ୍ଟାଲ ଲକ୍‌ କରିବାକୁ ପଡିବ, ଯାହା ଦ୍ବାରା ଛୋଟ ପିଲା ମାନେ ମଧ୍ୟ ସେଭଳି ବିଷୟ ବସ୍ତୁ ଦେଖିବାଠୁ ଦୂରରେ ରହିବେ ।

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 35 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 45 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories