ଦାରିଙ୍ଗିବାଡି ଦବେରି ଗ୍ରାମରୁ ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

Udaya_Labanya | March 3, 2021 | 9 views |0 | Uncategorized


ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଡବେରି ଗ୍ରାମ ଠାରେ ଦାରିଙ୍ଗବାଡି ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ୨୪ କେଜି ୬୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରାଯାଇଥିବା ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପ୍ରଦାନ କରିଛନ୍ତି । ଗିରଫ ବ୍ୟକ୍ତି ଜଣକ ହେଲେ ଗଂଜାମ ଜିଲ୍ଲା ବଡ଼ଗଡ ଥାନା ଅନ୍ତର୍ଗତ ହରିପୁର ଗ୍ରାମର ଟୁନା ସ୍ୱାଇଁ । ପୋଲିସର ସୂଚନା ମୁତାବକ ଟୁନା ସ୍ୱାଇଁ ଏକ ଇଣ୍ଡିଗୋ କାର ନଂ.OR-14N-0175 ରେ ନୂଆଗାଁ ଅଂଚଳରୁ ଗଞ୍ଜେଇ ଧରି ଗଞ୍ଜାମ ଅଂଚଳକୁ ଯାଉଥିବା ସମୟରେ ଦାରିଙ୍ଗବାଡି ପୋଲିସ କୌଣସି ସୂତ୍ରରୁ ଖବରପାଇ ଥାନା ଅଧିକାରୀ କୌଶିକ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ସୌମ୍ୟରଞ୍ଜନ ଜେନାଙ୍କ ସମେତ ପୋଲିସ ସଦଳେବଳେ ଯାଇ ଗଞ୍ଜେଇ ଗାଡିକୁ ଡବେରୀ ଗ୍ରାମ ନିକଟରେ ଧରିଥିଲେ । ଏଥିସହିତ ଗଞ୍ଜେଇ ନେଉଥିବା ଟୁନା ସ୍ୱାଇଁକୁ ମଧ୍ୟ ପୋଲିସ ଗିରଫ କରିଥିଲା । ଏନେଇ ପୋଲିସ ମାମଲା ନଂ ୪୩/୨୧ ରୁଜୁକରି ଏନଡିପିଏସ ଆକ୍ଟ ଅନୁଯାୟୀ ଟୁନାସ୍ୱାଇଁକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ମାମଲାର ତଦନ୍ତ ଏସଆଇ ସୌମ୍ୟକାନ୍ତ ପଣ୍ଡା କରୁଥିବା ଜଣାପଡ଼ିଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

କନ୍ଧମାଳ ମହୋତ୍ସବ ୨ 0୨ ୩ ପାଇଁ…

Udaya_Labanya | January 25, 2023 | 21 views |0

ଫୁଲବାଣୀ(ସୁନୀ ଲପଟନାୟକ )କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨ 0୨ ୩ ପାଇଁ ବୁଧବାରସ୍ଥାନୀୟ ନାରାୟଣୀ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ

Udaya_Labanya | January 20, 2023 | 9 views | 0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ…

Leave a Reply

Your email address will not be published. Required fields are marked *

Archives

Categories