ସମଗ୍ର କନ୍ଧମାଳ ଜିଲ୍ଲାରେ କରୋନାକୁ ରୋକିବା ପାଇଁ ଜୋରଦାର ପ୍ରୟାସ, ଅମାନିଆଙ୍କୁ ତାଗିଦ୍

Udaya_Labanya | March 3, 2021 | 10 views |0 | Uncategorized


ବାଲିଗୁଡା,(ଉଲାପ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍–୧୯ ନିୟମ ଲାଗୁ ନେଇ ନିର୍ଦେଶନାମା ଜାରି ହେବା ପରେ ସମଗ୍ର କନ୍ଧମାଳ ରେ ସତର୍କ ରହିବାକୁ ପୂର୍ବରୁ ଜିଲ୍ଲା, ଉପଖଣ୍ଡ, ବ୍ଲକ ତଥା ଏନଏସି ତରଫରୁ ଘୋଷଣା କରାଯାଇଥିଲା । ଆଜି ସରକାରୀ ଅଧିକାରୀ ସାଧାରଣରେ ସଚେତନତା ସୃଷ୍ଟି କରିବା ସହିତ ଅମାନିଆଙ୍କୁ ତାଗିଦ୍‌ କରିଥିବା ଦେଖିବାକୁ ମିଳିଛି। ଜି.ଉଦୟଗିରି ଭାରପ୍ରାପ୍ତ ଅତିରିକ୍ତ ଉପ-ଜିଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଓ ତହସିଲଦାର ଅବିନାଶ ମାହାର ଜନସାଧାରଣଙ୍କୁ କୋଭିଡ ନିୟମ ମାନିବା ପାଇଁ କହିବା ସହିତ ସାଧାରଣରେ ସଚେତନତା ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଅମାନିଆଙ୍କୁ ଅଟକ ରଖି ସେମାନେ ତାଗିଦ କରିଥିଲେ ଏବଂ କୋଭିଡ୍‌ ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟଥା ସେମାନଙ୍କ ବିରୋଧରେ କୋଭିଡ୍‌ ନିୟମ ଅନୁଯାୟୀ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଥିଲେ। ପ୍ରତ୍ୟେକ ବ୍ୟବସାୟୀ ମାସ୍କ ପିନ୍ଧି ବ୍ୟବସାୟ କରନ୍ତୁ, ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟ କରନ୍ତୁ, ଗ୍ରାହକମାନଙ୍କୁ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଜିନିଷ କିଣିବାକୁ ପରାମର୍ଶ ଦିଅନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ ବୋଲି ଦୋକାନଗୁଡିକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବ୍ୟବସାୟୀ ନିଜ ନିଜ ବ୍ୟବସାୟ ସ୍ଥଳ ଆଗରେ ‘ମାସ୍କ ନାହିଁ ତ ଜିନିଷ ନାହିଁ’ ବୋର୍ଡ ଲଗାଇ ଲୋକଙ୍କୁ ସଚେତନ କରିବାକୁ କହିଥିଲେ। ଅମାନିଆମାନଙ୍କୁ ଆଗକୁ ଉଚିତ ଦଣ୍ଡ ଦିଅଯିବ ବୋଲି ତାଗିଦ କରିବା ସହ ଲୋକଙ୍କୁ ବେଳୁହୁଁ ସାବଧାନ ହୋଇ ରହିବାକୁ ସତର୍କ କରାଇଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

କନ୍ଧମାଳ ମହୋତ୍ସବ ୨ 0୨ ୩ ପାଇଁ…

Udaya_Labanya | January 25, 2023 | 18 views |0

ଫୁଲବାଣୀ(ସୁନୀ ଲପଟନାୟକ )କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨ 0୨ ୩ ପାଇଁ ବୁଧବାରସ୍ଥାନୀୟ ନାରାୟଣୀ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ

Udaya_Labanya | January 20, 2023 | 7 views | 0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ…

Leave a Reply

Your email address will not be published. Required fields are marked *

Archives

Categories