#Uncategorized

ଡି.ଡି .ଆର .ସି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ମୁଖ୍ୟମନ୍ତ୍ରୀ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା କର୍ମଚାରୀ ସଂଘ,


ଫୁଲବାଣୀ- (ସୁନୀଲ ପଟନାୟକ) ବିଳମ୍ବରେ ହେଲେ ବି ସରକାର ସେମାନଙ୍କ ଦୁଃଖ କୁ ହୃଦୟଙ୍ଗମ କରି ରାଜ୍ୟ 6ର କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା, ସମ୍ବଲପୁର ମୟୂରଭଞ୍ଜ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଭଳି ୮ଟି ଜିଲାରେ କର୍ଯ୍ୟକାରୀ ହେଉଥିବା ଜିଲ୍ଲା ଭିନ୍ନ କ୍ଷମ ପୁର୍ନବାସ ଥଇଥାନ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି କମ ପାରିଶ୍ରମିକ ପାଇ ମଧ୍ୟ ନିଷ୍ଠା ଓ ଆନ୍ତରିକତା ର ସହ ‘ଲୋକଙ୍କ ସେବା କରିଆସୁଥିବା ୩୬ ଜଣ କାର୍ଯ୍ୟରତ କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ କରି ଛନ୍ତି ।
ଏନେଇ ନିକଟରେ ରାଜ୍ୟ
କ୍ୟାବିନେଟରେ ପ୍ରସ୍ତାବ ଗୃହୀତ ହୋଇ ଛି।
ଫଳରେ ଦୀର୍ଘଦିନ ଧରି ଦାବୀ କରି ଆସୁଥିବା କର୍ମଚାରୀଙ୍କ ଦାବୀ ପୁରଣ ହୋଇଥିବାରୁ ରବିବାର ଫୁଲବାଣୀ ସ୍ଥିତ ଡିଡିଆର ସି ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଭିନ୍ନକ୍ଷମ ଥଇଥାନ କେନ୍ଦ୍ର କର୍ମଚାରୀ ସମନ୍ନୟ ସମିତି ର ସଭାପତି ଶୁଭାଶିଷ ମହାନ୍ତି ଓ ସାଧାରଣ ସଂପାଦକ ଅକ୍ଷୟ କୁମାର ପଣ୍ଡା ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ଭିନ୍ନ କ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କୁ ଧନ୍ୟବାଦ ଜଣାଇବା ସହ ଆନ୍ତରୀକ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସରକାରୀ ଚାକିରିର ମାନ୍ୟତା ମିଳିବା ପରେ କମିଚାରୀ ମାନେ ପୁର୍ବ।ପେକ୍ଷା ଅଧିକ ଉତ୍ସାହୀତ ହୋଇ କାର୍ଯ୍ୟ କରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀ ରେ ବିଭାଗୀୟ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *