
ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ
Udaya_Labanya | March 8, 2021 | 28 views |0 | Uncategorized
ଫୁଲବାଣୀ- (ସୁନୀଲ ପଟନାୟକ) ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଆର୍ନ୍ତଜାତୀୟ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ଅବସରରେ ଫୁଲ ବାଣୀସ୍ଥିତ ଗାନ୍ଧୀ ସ୍ତୃତି ଭବନଠାରେ ଆୟୋଜିତ ମହିଳା ସମାବେଶ ରେ ମୁଖ୍ୟଅତିଥି ଭାବେ କନ୍ଧମାଳ ଜିଲ୍ଲପାଳ ଡା. ବୃନ୍ଦ । ଡି ଯୋଗଦେଇ ଏକ ସଶକ୍ତ ସମାଜ ଗଠନ ଦିଗରେ ମହିଳାମାନଙ୍କ ମହତ୍ଵପୂର୍ଣ୍ଣ ଭୂମିକା ରହିଛି ଏଣୁ ଏହି ଅବସରରେ ପ୍ରତ୍ୟେକ ମହିଳାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ସେହିପରି ସମ୍ମାନିତ ଅତିଥିଭାବେ କନ୍ଧମାଳ ଏସପି ବିନିତ ଅଗ୍ରୱାଲ, ପି.ଏ.ଆଇଟିଟିଏବିରେନ୍ଦ୍ର କୁମାର ଦାସ, ପିଓ ଏସ ଗାଏ ତ୍ରୀ, ଜିଲ୍ଲା ଆଇନସେବା ପ୍ରାଧିକରଣର ପାତ ଜଂଳୀ ସାହୁ, ଡ .କଲ୍ୟାଣୀ ମିଶ୍ର, ସିଡଏମ ଓ ଡା.ରାଜଶ୍ରୀ ପଟନାୟକ
ଉପଜିଲ୍ଲାପାଳ ଦେବେନ୍ଦ୍ରନନ୍ଦ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନସ୍ଵିନୀ ମିଶ୍ର, ପ୍ରମୁଖ ଯୋଗଦେଇ ନିଜର ଦୃଢ ପ୍ରତିବଦ୍ଧତା ଏବଂ ଅସାଧାରଣ ସାହାସ ଦ୍ଵାରା କୋଭିଡ଼ ମହାମାରୀ ର ମୁକାବିଲା ଦିଗରେ କଠିନ ପରିଶ୍ରମ କରିଥିବା ଆଗ ଧାଡିର କର୍ମୀ ଓ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଭୂମିକାକୁ ଭୂୟସୀ ପ୍ରସଂଶା କରିଥିଲେ।
ସେହିପରି ମହିଳାମାନଙ୍କ ଦ୍ଵାରା ଶିକ୍ଷାର ପ୍ରସାର, ବାଲ୍ୟବିବାହ ନିରୋଧ, ୱ। ନଷ୍ଠପ
କେନ୍ଦ୍ର ପ୍ରତିଷ୍ଠା, ମହିଳାମାନଙ୍କ ପାଇଁ ହେଲ ପଲାଇନ ଡ଼େସ୍କ ଆଦି କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ କ୍ଷେତ୍ରରେ ଯଥେଷ୍ଟ ସହାୟକ ହୋଇଥିବା କହିଥିଲେ ଅତିଥିମାନେ।
ଏହି ଅବସରରେ ମିଶନ ଶକ୍ତି ପକ୍ଷରୁ ମହିଳାମାନଙ୍କ ଏକ ରାଲି ଅନୁଷ୍ଠିତ ହୋଇଥିଲା
ସେହିପରି ବାଲିଗୁଡ଼ା ଠାରେ ମଧ୍ୟ ବିଶ୍ଵମହିଳା ଦିବସ ଅବସରରେ ଆୟୋଜିତ ମହିଳା ଦିବସରେ ବାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର,ପୂର୍ବତନ ବିଧାୟକ ରାଜୀବ ପାତ୍ର, ଓ ପୂର୍ବତନ ଏନଏସି ଅଧ୍ଯକ୍ଷ ଲୋକନାଥ ପାଢିପ୍ରମୁଖ ଯୋଗଦେଇ ମହିଳାମାନଙ୍କୁ ସଶକ୍ତିକରଣ କରିବାପାଇଁ ସରକାର ଅନେକ ଯୋଜନାମାନ ପ୍ରଣୟନ କରିଛନ୍ତି ଯାହାକି ଆଜି ର ମହିଳାମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସ୍ତରରେ ସଶକ୍ତ କରିଥିବା କହିଥିଲେ।