ମାରିଓ ମେଲେଟା ମେମୋରିଏଲ ଜିଲ୍ଲା ନକ୍ ଆଉଟ୍ କ୍ରିକେଟ ପ୍ରତିଯୋଗିତା ବୋଡାସମ୍ବର ସ୍ପୋର୍ଟିଂପଦ୍ମପୁର କୁ ହରାଇ ବ୍ଲୁ ଡାଇମଣ୍ଡ ବରଗଡ଼ ଚମ୍ପିୟାନ

Udaya_Labanya | March 9, 2021 | 11 views |0 | Uncategorized


ବରଗଡ଼ / ସୋହେଲା : ୯/୩: ସୋହେଲା ମିନି ଷ୍ଟାଡିଅମ ଠାରେ ଚାଲିଥିବା ମାରିଓ ମେଳାଟା ମେମୋରିଏଲ ଜିଲ୍ଲା କ୍ରିକେଟ ନକ୍ ଆଉଟ୍ ପ୍ରତିଯୋଗିତାରେ ପଦ୍ମପୁର କୁ ହରାଇ ବରଗଡ଼ ଚମ୍ପିୟାନ ହୋଇଛି ।ଟସ ଜିତି ବରଗଡ଼ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ରେ ୧୮୯ ରନ ସଂଗ୍ରହ କରିଥିଲେ । ବରଗଡ଼ ପକ୍ଷରୁ ଦେବେନ୍ଦ୍ର କୁଅଁର ସର୍ବାଧିକ ୫୦ , ଅମିତ ରାଉତ ୩୬, ଏମଡି ସଲିମ ୩୦ ରନ କରିଥିଲେ । ଏହାର ଜବାବରେ ପଦ୍ମପୁର ଦଳ ମାତ୍ର ୧୧୬ ରନ କରି ସମସ୍ତ ଉଇକେଟ ହରାଇଥିଲେ ଫଳରେ ବରଗଡ଼ ୭୩ ରନ ବ୍ୟବଧାନ ରେ ମ୍ୟାଚ ଜିତିନେଇ ଚମ୍ପିୟାନ ହୋଇଥିଲେ । ବରଗଡ଼ ପକ୍ଷରୁ ବି ବିଭାର ୪ ଉଇକେଟ, ଦେବେନ୍ଦ୍ର କୁଅଁର ୩ ଉଇକେଟ ନେଇଥିଲେ । ଦେବେନ୍ଦ୍ର କୁଅଁର ଫାଇନାଲ ମ୍ୟାଚ ର ତଥା ଟୁର୍ଣ୍ଣାମେଂଟ ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଆଜିର ମ୍ୟାଚ କୁ ଅମ୍ପାୟାର ପ୍ରଦୀପ ଦାସ, ଶୁଭମ ପାତ୍ର ପରିଚାଳନା କରିଥିଲେ , ସନ୍ତୋଷ ମେହେର ସ୍କୋରର ଥିଲେ । ରିତେଶ ଅଗ୍ରବାଲ ଧାରବିବରଣୀ ପ୍ରଦାନ କରିଥିଲେ ।ଉଦଯାପନି ସଭାରେ ଜିଲ୍ଲା କ୍ରିକେଟ ଏସୋସିଏସନ ବରଗଡ଼ ର ପୂର୍ବତନ ସଭାପତି ଅରୁଣ ମହାନ୍ତି ମୁଖ୍ୟ ଅତିଥି , ଜିଲ୍ଲା କ୍ରୀଡା ସଂସଦ ବରଗଡ ସାଧାରଣ ସମ୍ପାଦକ କିଶୋର ମିଶ୍ର, ଜିଲ୍ଲା କ୍ରିକେଟ ଏସୋସିଏସନ ସଭାପତି ହରିହର ପ୍ରଧାନ , ଜିଲ୍ଲା କ୍ରିକେଟ ଏସୋସିଏସନ ସମ୍ପାଦକ ରବିନାରାୟଣ ପଣ୍ଡା , ଉପ ସଭାପତି ଶୁଭ୍ରାଂଶୁ ମହାପାତ୍ର, ୱିଲସନ ସିଂ, ପ୍ରଦୀପ ସାହୁ, ଜିଲ୍ଲା କ୍ରୀଡା ସାଂସଦ ବରଗଡ଼ ର କ୍ରିକେଟ ସମ୍ପାଦକ ଅମିୟ ସାହୁ , , ବୋରାସମ୍ବର ସ୍ପୋର୍ଟିଂ ସଭାପତି ସୁନୀଲ ସାହୁ , ଏଥେଲେଟିକ ଏସୋସିଏସନ ସୋହେଲା ସଭାପତି ସତ୍ୟନାରାୟଣ ଦେବତା ସମ୍ମାନୀତ ଅତିଥି ଭାବରେ ମଞ୍ଚାସିନ ଥିଲେ ।ଅଶ୍ୱିନୀ କୁମାର ପାତ୍ର ସଭା ପରିଚାଳନା କରିଥିଲେ

Share this
  •  
  •  
  •  
  •  
  •  
  •  
  •  

Related Posts

କନ୍ଧମାଳ ମହୋତ୍ସବ ୨ 0୨ ୩ ପାଇଁ…

Udaya_Labanya | January 25, 2023 | 21 views |0

ଫୁଲବାଣୀ(ସୁନୀ ଲପଟନାୟକ )କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨ 0୨ ୩ ପାଇଁ ବୁଧବାରସ୍ଥାନୀୟ ନାରାୟଣୀ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ

Udaya_Labanya | January 20, 2023 | 8 views | 0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ…

Leave a Reply

Your email address will not be published. Required fields are marked *

Archives

Categories