#Uncategorized

ରାଜ୍ୟପାଳଙ୍କ ଦ୍ଵାରାଫୁଲବାଣୀର ସଫଳ ମହିଳା ଉଦ୍ୟୋଗୀ ସମ୍ବର୍ଦ୍ଧିତ


ଫୁଲ ବାଣୀ,-(ସୁନୀଲପଟନାୟକ)
ଫୁଲ ବାଣୀ ସହରର ମାଷ୍ଟ୍ରପଡ଼ା ସ୍ଥିତ ଜଣେ ମହିଳା ଉଦ୍ୟୋଗୀ ବନାନୀ ରାଣୀ ପଟନାୟକଙ୍କୁ ଭୁବନେଶ୍ଵରସ୍ଥିତ ଇଡ଼କୋ ପଡିଆଠାରେ ଅନୁଷ୍ଠିତ ଏମଏସ.ଏମ.ଇ ଟ୍ରେଡ଼ ଫେୟାର ରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ମୁଖ୍ୟଅତିଥି ରୂପେ ଯୋଗଦେଇ ବନାନୀଙ୍କୁ ସମ୍ବର୍ଦ୍ଧିତ
କରିଥିଲେ।
ବନୀନୀଙ୍କୁ ପି. ଏମ.ଇ.ଜି.ପି ଯୋଜନାରେ ଖଲିପତ୍ର ଓ ପେପର କପ ପ୍ଳେଟ ୟୁ ନିଟ ପାଇଁ ଫୁଲବାଣୀ ଷ୍ଟେଟବ୍ୟାଙ୍କ ଋଣଦେଇଥିଲେ। ଆଉ ଏହି ୟୁନିଟ କରି ବନୀନୀରାଣୀ ପଟନାୟକ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମହିଳାମାନଙ୍କୁ ନିଯୁକ୍ତି ଦେଇ ସ୍ଵାବଲମ୍ବୀ କରାଇବାରେ ସଫଳ ହୋଇଥିବାରୁ ଏହି ପୁରସ୍କୃତ କରାଯାଇଥିଲା ।
ପୁରସ୍କାର ପାଇବାପରେ ଅଧିକା ଉତ୍ସାହୀ ତ ହୋଇ କାମ କରିବା ଲାଗି ନିଶ୍ଚିତପ୍ରେରଣା ଯୋଗାଇବ ବୋଲି ମହିଳା ଉଦ୍ୟୋଗୀ ବନାନୀ ରାଣୀ କହିଛନ୍ତି

Leave a comment

Your email address will not be published. Required fields are marked *