କନ୍ଧମାଳର ବାଲନ୍ଦାପଡ଼ା ମାଗୃହ ଏଏନ୍‌ଏମ୍‌ ପୁଷ୍ପିତା ସାହୁଙ୍କ କାମ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

Udaya_Labanya | March 14, 2021 | 9 views |0 | Uncategorized


କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲନ୍ଦାପଡ଼ାରେ ମା’ଗୃହ ଦାୟିତ୍ୱରେ ଥିବା ଏଏନ୍‌ଏମ୍‌ ପୁଷ୍ପିତା ସାହୁ ଗର୍ଭବତୀଙ୍କ ସୁରକ୍ଷିତ ମାତୃତ୍ୱ ପାଇଁ କରୁଥିବା କାମ ଉଦାହରଣୀୟ। ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇବା ଏବଂ ଗର୍ଭବତୀଙ୍କ ପାଇଁ ଥିବା ସରକାରୀ ସୁବିଧାସୁଯୋଗକୁ ସେମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ ତାଙ୍କର ଉଦ୍ୟମ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏତଦ ବ୍ୟତୀତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ପରବର୍ତ୍ତୀସ୍ତରକୁ ନେବା ଉଦେଶ୍ୟରେ ଆସନ୍ତା ୫ ବର୍ଷ ମଧ୍ୟରେ ଓଡ଼ିଶା କର୍କଟ ଚିକିତ୍ସା ଯୋଜନା କାର୍ଯ୍ୟକାରୀ କରିବେ । ଏହି ଅଭିଯାନରେ ପ୍ରାୟ ୫୭୭ କୋଟି ଟଙ୍କା ବିନିଯୋଗ ହେବ ଏବଂ ସମଗ୍ର ରାଜ୍ୟରେ ଉଚ୍ଚସ୍ତରୀୟ କର୍କଟ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଏକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

କନ୍ଧମାଳ ମହୋତ୍ସବ ୨ 0୨ ୩ ପାଇଁ…

Udaya_Labanya | January 25, 2023 | 21 views |0

ଫୁଲବାଣୀ(ସୁନୀ ଲପଟନାୟକ )କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨ 0୨ ୩ ପାଇଁ ବୁଧବାରସ୍ଥାନୀୟ ନାରାୟଣୀ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ

Udaya_Labanya | January 20, 2023 | 9 views | 0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ…

Leave a Reply

Your email address will not be published. Required fields are marked *

Archives

Categories