#Uncategorized

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ କରଡ଼ା ବନ କର୍ମଚାରୀଙ୍କ ଦ୍ଵାରା ୨ଜଣ ଗିରଫ


ଫୁଲ ବାଣୀ-(ସୁନୀଲ ପଟ ନାୟକ ) ବନବିଭାଗର ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ଜାଣିଶୁଣି ନିଆଁ ଲଗାଉଛନ୍ତି । ଲୋକମାନଙ୍କର ମାନସୀ କତାରେ ପରିବର୍ତ୍ତନ ଆସୁନି ।ଫଳରେ ଏହାକୁ ନେଇ ବନ ବିଦ୍ଭାଗ ଏବେ ଚିନ୍ତାରେ । ଶୁକ୍ରକାର ଫୁଲବାଣୀ ବନଖଣ୍ଡ ଅଧିନ କରଡ଼ା ପରେ ଷ୍ଟ 6ରଂଜ ଅର୍ନ୍ତଗତ ବ।ରବା ରିଜର୍ଭ ଜଙ୍ଗଲ ମଧ୍ୟରେ ନିଆଁ ଲାଗ।ଉ ଥିବାବେଳେ ବନ କର୍ମଚାରୀ ମାନେ ନିଆଁକୁ ଆୟତ କରିବା ସହ ଅଭିଯୁକ୍ତ ଦୁଇ ଜଣ କୁ କାବୁ କରିଥିଲେ।
ଗିରଫ ବ୍ୟକ୍ତି ମାନେ ନିକଟସ୍ଥ କନାଡି ଗ୍ରାମ ର ସୁଦାମ ପ୍ରଧାନ ଓ କାଳିଆ ନା ଏକ ବୋଲି କରଡ଼ା ବନପାଳ ଅଜିତ ପ୍ରଧାନ କହିଛନ୍ତି ।. ବନପାଳ ଅଜିତ ପ୍ରଧାନ ଓ ବନରକ୍ଷୀ ରାଜେନ୍ଦ୍ର କହଁର ଜଙ୍ଗଲ ଭିତରେ ଡ୍ୟୁଟିକରିବାବେଳେ ଏହି ୨ ଜଣ ଙ୍କୁ କାବୁ କରିଥିଲେ।
ଏଥି ପୂର୍ବରୁ ଗତ ଦୁଇଦିନ ତଳେ କରଡା ବନ ବିଭାଗ ନିଆଁ ଲଗାଉଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରିଥିଲା
କରଡ଼ା ଓ ଟିକାବାଲି ବନ ବିଭାଗ କମିଚୀରୀଙ୍କ ଆଗ୍ରହ,ନିଷ୍ଠା ଓ,ସମୟୋଚିତ ପଦକ୍ଷେପ ଯୋଗୁଁ ଅଭିଯୁକ୍ତ ମାନେ
ଗିରଫ ସମ୍ଭବ ହୋଇଥିବା ଜଣାପଡିଛି ।


ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ସତର୍କ ନିଜର ରଖିବା ସହ ସଚେତନତା ଉପରେ ମଧ୍ୟ ଗୁରୁତ୍ ଦିଆଯାଉଥିବା ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀନାରାୟଣ ବେହେରା କହିଛନ୍ତି । ବର୍ତ୍ତମାନ ସୁଧା ଗତ ୩ ଦିନ ମଧ୍ୟରେ ଫୁଲବାଣୀ ବନ ବିଭାଗ ଡିଭିଜନ ଅଧିନରେ ୪ ଜଣ ଅଭିଯୁକ୍ତକୁ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଗିରଫ କରାଯାଇଥିବା ଡିଏଫ୍ ଓ ବେହେରା କହିଛନ୍ତି ।
ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ସ୍କାଡ ଗଠନ କରିବା ସହ ବନ ସୁରକ୍ଷା ସମିତିକୁ ମଧ୍ୟ ନିଆଁ ଲିଭା ଦାୟୀତ୍ଵ ଦିଆଯାଇଥିବା ସେ ଆହୁରି କହିଛନ୍ତି ।
ଆଗକୁ ଯେପରି ଜଙ୍ଗଲରେ ନିଆଁ ନ ଲାଗିବ ସେଥିପାଇଁ.ପେଟ୍ରୋଲିଙ୍ଗ କୁ ଯୋରଦାର କରାଯାଇଥିବା ଡିଏଫ ଓ ଶ୍ରୀ ବେହେରା ଆହୁରି କହିଛନ୍ତି। ବିଶେଷକରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଥିବାରୁ ଗଣମାନସୀକତାରେ ପରିବର୍ତନ ନ ଆସିବା ଯାଏ ଏତେ ବଡ଼,ଜଙ୍ଗଲକୁ ସିମିତ କର୍ମଚାରୀଙ୍କ ଦ୍ୱାରା ରକ୍ଷାକରିବା ଏତଟାସହ ଜସାଧ୍ଯ ନୁହେଁ ବୋଲି ସେ ମତ ଦେଇଛନ୍ତି। ତଥାପି ସମସ୍ତବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ଭୋକ ଶୋଷ ଭୁଲି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ଲାଗି ଅହରହ ସଂଗ୍ରାମ ଜlରୀ ରଖିଥିବାରୁ ଡିଏଫଓ ଲକ୍ଷ୍ମୀନାରାୟଣ ବେହେରା ଖୁସି ବ୍ୟକ୍ତ କରିଛନ୍ତି ।

Leave a comment

Your email address will not be published. Required fields are marked *