ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ମୁଖ୍ୟାଳୟ ଉଦ୍‍ଘାଟିତ

Udaya_Labanya | March 15, 2021 | 29 views |0 | Uncategorized

ନୂଆଦିଲ୍ଲୀ,ଓଡ଼ିଶା ବାହାରେ ବସବାସ କରୁଥିବା ଦୁଇ କୋଟି ପ୍ରବାସୀ ଓଡ଼ିଆଙ୍କୁ ଏକ ମଞ୍ଚରେ ଏକତ୍ରିତ କରି ସେମାନଙ୍କର ସର୍ବାଙ୍ଗୀନ ଉନ୍ନୟନ ସାଧନ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ପ୍ରବାସୀ
ଓଡ଼ିଆ ପରିବାର (ଆର.ପି.ଓ.ପି)ର କ୍ରମାଗତ ଉତ୍ସର୍ଗୀକୃତ ପ୍ରୟାସ ବେଶ୍‍ ପ୍ରଶଂସନୀୟ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି ।

ନୂଆଦିଲ୍ଲୀଠାରେ ଆର୍‍.ପି.ଓ.ପିର ଜାତୀୟ ମୁଖ୍ୟାଳୟ
ଉଦ୍ଘାଟନ ଅବସରରେ ଉପସ୍ଥିତ ସମ୍ମାନସ୍ପଦ ବକ୍ତାମାନେ ଦିଲ୍ଲୀ, ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଏବଂ ଭାରତ ବର୍ଷର ବିଭିନ୍ନ ପ୍ରଦେଶରେ ଓଡ଼ିଆମାନଙ୍କର ସମୂହ ହୀତ ସାଧନ ଉଦ୍ଦେଶ୍ୟରେ ସଦାସର୍ବଦା
ସମର୍ପିତ ଏହି ପରିବାରର ମୂଳମନ୍ତ୍ର ‘ମୁଁ ନୁହେଁ ଆମେ’ର ସ୍ୱପ୍ନକୁ ସାକାର କରିବା ପାଇଁ ଅଶେଷ ଶୁଭକାମନା ଜଣାଇଥିଲେ ।
୨୦୧୬ ମସିହାରେ ୫୦ରୁ ଊର୍ଦ୍ଧ୍ୱ ଓଡ଼ିଆ ସଂଗଠନମାନଙ୍କୁ ନେଇ ଗଠିତ ଏହି ବୃହତ୍‍ ପରିବାର ବିଗତ ୫ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ଓ ଆନ୍ତରାଷ୍ଟ୍ରୀୟ ସ୍ତରରେ ଓଡ଼ିଆ ମାନଙ୍କୁ ସାମାଜିକ ସମ୍ବଳ,
ଅର୍ଥନୈତିକ ସୁରକ୍ଷା ଏବଂ ସାଂସ୍କୃତିକ ସମ୍ପନ୍ନତା ଯୋଗାଇଦେବା ପାଇଁ ପ୍ରତିଜ୍ଞାବଦ୍ଧ ଉଦ୍ୟମ ଚାଲୁ ରଖିଥିବା ଏହାର କର୍ମକର୍ତ୍ତାମାନେ ଘୋଷଣା କରିଥିଲେ । ବିଶେଷ କରି କରୋନା ମହାମାରୀ ଉତ୍କଟ
ରୂପ ଧାରଣ କରିଥିବା ସମୟରେ ଆର୍‍.ପି.ଓ.ପିର ସ୍ୱେଚ୍ଛାସେବୀମାନେ ସହସ୍ରାଧିକ ଗରିବଗୁରୁବାଙ୍କ ନିକଟରେ ରିଲିଫ ସାମଗ୍ରୀ ତଥା ଶୁଖିଲା ଓ ରନ୍ଧା ଖାଦ୍ୟ ପହୁଁଚେଇବାର ପ୍ରଚେଷ୍ଟା ଖୁବ୍‍
ଉଲ୍ଲେଖନୀୟ ଥିଲା ।


ଉପସ୍ଥିତ ମାନ୍ୟବର ଅତିଥିବୃନ୍ଦଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ସଂଜୀବ ପାଟ୍ଟଯୋଶୀ, ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଦେଶକ ଦେବେନ୍ଦ୍ର ପ୍ରସାଦ ମାଝୀ, ପ୍ରସିଦ୍ଧ ଲେଖକ ଡଃ ଚନ୍ଦ୍ରମଣି ବ୍ରହ୍ମଦତ୍ତ ଏବଂ
ଭାରତୀୟ ଷ୍ଟକ୍‍ ଏକ୍‍ସଚେଞ୍ଜ ମହାସଂଘର ଅଧ୍ୟକ୍ଷ ବି.କେ. ସାବରୱାଲ ପ୍ରମୁଖ ଆର.ପି.ଓ.ପିର ଏହି ରାଷ୍ଟ୍ରୀୟ କାର୍ଯ୍ୟାଳୟ ସଂଗଠନର ନୀତି, ନିୟମ, କାର୍ଯ୍ୟକ୍ରମ, ଯୋଜନା, ଖସଡ଼ା, ଆଭିମୁଖ୍ୟ,
ଦର୍ଶନ, ଦୃଷ୍ଟିକୋଣ, ସିଦ୍ଧାନ୍ତ ଏବଂ ଭବିଷ୍ୟତ ମାର୍ଗ ନିର୍ଦ୍ଧାରଣ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ସହିତ ଆଞ୍ଚଳିକ, ପ୍ରାଦେଶିକ, ଜାତୀୟ ଓ ଆନ୍ତର୍ଜାତୀକ ସ୍ତରରେ ଏକ ସୁଦୃଢ଼
ସଂଯୋଗସ୍ଥଳୀ ଏବଂ ସୁବିଧା, ସୁଯୋଗର ପ୍ରମୁଖ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ କରିଥିଲେ ।
ଉଦ୍‍ଘାଟନୀ ସଭାରେ ସଭାପତିତ୍ୱ କରି ଆର୍‍.ପି.ଓ.ପିର ସଭାପତି ମୀନକେତନ ସାମଲ ୨୦୩୬ ମସିହାରେ ଆମର ମାତୃପ୍ରଦେଶ ଓଡ଼ିଶାର ଶହେ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ଓଡ଼ିଶା ଶ୍ରେଷ୍ଠ
ଓଡ଼ିଶା ଗଠନ ପାଇଁ ସମସ୍ତଙ୍କର ହାର୍ଦ୍ଦିକ ସହଯୋଗ କାମନା କରିଥିଲେ । ପରିବାରର ରାଷ୍ଟ୍ରୀୟ ସଂଯୋଜକ ପ୍ରବୀର ମହାନ୍ତି, ଆର.ପି.ଓ.ପି ଓଡ଼ିଆମାନଙ୍କର, ଓଡ଼ିଆମାନଙ୍କ ଦ୍ୱାରା ଏବଂ
ଓଡ଼ିଆମାନଙ୍କ ପାଇଁ ବୋଲି ଉଲ୍ଲେଖ କରିଥିଲେ ।
ଆର.ପି.ଓ.ପିର ଉପସଭାପତି ପୁଷ୍ପାଞ୍ଜଳି ବାରିକ ଖୁବ୍‍ ସୁନ୍ଦର ଓ ସୁଚାରୁ ରୂପେ ମଞ୍ଚ ସଞ୍ଚାଳନ କରିଥିଲେ । ସାକେତ ମେଟ୍ରୋ ଷ୍ଟେସନ ନିକଟସ୍ଥ ପଶ୍ଚିମ ମାର୍ଗର ଏକ ନମ୍ବର ଲେନ୍‍ଠାରେ ଥିବା ପ୍ଲଟ
ନମ୍ବର ୧୩୩ସ୍ଥିତ ଡି.ପି.ହାଉସର ଚତୁର୍ଥ ମହଲାରେ ଅବସ୍ଥିତ ଆର.ପି.ଓ.ପିର ଏହି ନୂଆ ଅଫିସ ପ୍ରାଙ୍ଗଣରେ ଆୟୋଜିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆର.ପି.ଓ.ପିର ଉପସଭାପତି
ରୀତା ପାତ୍ର, ସହସମ୍ପାଦକ ସନ୍ତୋଷ ରାଉତ, ସରିତା ମହାପାତ୍ର, କୋଷାଧ୍ୟକ୍ଷ ବସନ୍ତ ଜେନା ଏବଂ ସହକୋଷାଧ୍ୟକ୍ଷ ଅସୀତ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ । ଆର.ପି.ଓ.ପିର ସମ୍ପାଦକ ମୀନକେତନ ମିଶ୍ର ଓ ଜନସମ୍ପର୍କ ଅଧିକାରୀ ଲମ୍ବୋଦର ରାଉତ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ସମାରୋହରେ ସାମିଲ ହୋଇଥିଲେ । ଶେଷରେ ଆର୍ .ପି.ଓ.ପି ର ରାଷ୍ଟ୍ରୀୟ ସଂଯୋଜକ ପ୍ରବୀର ମହାନ୍ତି ଓ ସହ ସମ୍ପାଦକ ସନ୍ତୋଷ ରାଉତ ଙ୍କ ର ସଙ୍ଗୀତ ପରିବେଷଣ ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ।

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 35 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 45 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories