କନ୍ଧମାଳ ଜିଲ୍ଲାରେ ଦଣ୍ଡନାଚ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ କୁ ଅନୁମତି ଦାବୀ କଲା ଜିଲ୍ଲା ଦଣ୍ଡନାଚ ସମାଜ

Udaya_Labanya | March 18, 2021 | 8 views |0 | Uncategorized

ବାଲିଗୁଡା :(ଉଲାପ୍ର): କନ୍ଧମାଳ ଜାଗରଣ ମଞ୍ଚର ଜିଲ୍ଲା ଆବାହକ ପରେଶ ମହାପାତ୍ର ଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାରେ ପାରମ୍ପରିକ ଦଣ୍ଡନାଚ କରିବା ନିମନ୍ତେ କନ୍ଧମାଳ ଜିଲ୍ଲାର ୧୨୮ଗୋଟି ଦଣ୍ଡନାଚ କମିଟି ସଭାପତି ସମ୍ପାଦକ , ଅଧିକାରୀ , ପାଟଭୁକ୍ତା , ପୂଜକ, ସଦସ୍ୟ କର୍ମକର୍ତ୍ତା ସହସ୍ରାଧିକ ସଂଖ୍ୟାରେ କନ୍ଧମାଳ ଜିଲାପାଳ କାର୍ଯ୍ୟାଳୟ ଫୁଲବାଣୀ ଠାରେ ଉପସ୍ଥିତି ରହି କନ୍ଧମାଳ ଜିଲ୍ଲାରେ ଦଣ୍ଡନାଚ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କର ଏବଂ ଜିଲ୍ଲା ରେ ସଂସ୍କୃତି ହତ୍ୟା ବନ୍ଦ କର ଏଭଳି ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ସଂସ୍କୃତି ଓ ପରମ୍ପରା ର ରକ୍ଷା ନିମନ୍ତେ ଚଳିତ ବର୍ଷ ଦଣ୍ଡନାଚ ପାଇଁ ଗୁହାରିଆ ଓ ନାଚପିଲା ମିଶି୨୦୦ ଲୋକଙ୍କୁ ଦଣ୍ଡ ପରମ୍ପରା ବଜାୟ ରଖିବା ପାଇଁ ଅନୁମତି ମିଳୁ । ୨. ଦଣ୍ଡନାଚ ପ୍ରଚଳନ ହେତୁ କାମନ ଘରର ରୀତିନୀତି କାଳୀପୂଜା ଓ ଅନ୍ୟାନ୍ୟ ଖର୍ଚ୍ଚ ଚଳି ଥାଏ। ଗତବର୍ଷ ଦଣ୍ଡନାଚ ବନ୍ଦ ହେତୁ ଦଣ୍ଡ କମିଟି ଗୁଡିକ ଆର୍ଥିକ ଚାପ ଦେଇ ଗତି କରୁଛନ୍ତି । ସଂସ୍କୃତି ଓ ପରମ୍ପରା ବାହାକ ଏହି ଦଣ୍ଡନାଚ ର ଉନ୍ନତି ଓ ପରିଚାଳନା ପାଇଁ ପ୍ରତ୍ୟେକ ଦଣ୍ଡ କାମନା ଘରକୁ ସରକାର ୧ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । ୩. ପୁରୁଷାନୁକ୍ରମେ ଦଣ୍ଡନାଚ ରେ ଯେଉଁ କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରି ଆସୁଛନ୍ତି ସେହି କଳାକାର ମାନଙ୍କୁ ସରକାର କଳାକାର ଭତ୍ତା ପ୍ରଦାନ କରନ୍ତୁ । ଏହି ତିନଟି ଦଫା ଦାବୀ ସମ୍ମଳିତ ଦାବୀପତ୍ର କନ୍ଧମାଳ ଜିଲାପାଳ ଡ଼ ବୃନ୍ଦା ଡି ଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳ ବୃନ୍ଦା ଡି ଦୁଇ ଦିନ ମଧ୍ୟରେ ଅନୁମତି ସମ୍ପର୍କରେ କମିଟି ର କର୍ମକର୍ତ୍ତା ମାନଙ୍କୁ ଜଣାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗତବର୍ଷ ବିଶ୍ୱ ମହାମାରୀ କୋରନା କଟକଣା ହେତୁ ଦଣ୍ଡନାଚ କରିବା ନିମନ୍ତେ ସରକାର ଙ୍କ ତରଫରୁ ଅନୁମତି ମିଳିନଥିଲା । ଚଳିତ ବର୍ଷ ମାଁ କାଳୀ ଙ୍କର ଅଶେଷ କରୁଣାରୁ ଜିଲ୍ଲାରେ କୋରନା ର ପ୍ରଭାବ ସାମୟିକ ଭାବେ ସ୍ଥିର ରହିଛି । ସରକାର ଅନୁମତି ଦେଲେ ଦଣ୍ଡନାଚ କମିଟି ର କର୍ମକର୍ତ୍ତା ମାନେ କୋଭିଡ ୧୯ ପାଞ୍ଚ ସୁତ୍ରୀ ନିୟମ ମାନି ଦଣ୍ଡନାଚ ପରିବେଷଣ କରିବେ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

କନ୍ଧମାଳ ମହୋତ୍ସବ ୨ 0୨ ୩ ପାଇଁ…

Udaya_Labanya | January 25, 2023 | 21 views |0

ଫୁଲବାଣୀ(ସୁନୀ ଲପଟନାୟକ )କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨ 0୨ ୩ ପାଇଁ ବୁଧବାରସ୍ଥାନୀୟ ନାରାୟଣୀ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ

Udaya_Labanya | January 20, 2023 | 8 views | 0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ…

Leave a Reply

Your email address will not be published. Required fields are marked *

Archives

Categories