#Uncategorized

ସରିଲା ସର୍ବଦଳୀୟ ବୈଠକ, ଧାନ କିଣା ନେଇ ଆସନ୍ତାକାଲି ସ୍ପଷ୍ଟ ହେବ ସରକାରଙ୍କ ଆଭିମୁକ୍ଷ, ସମବାୟ ମନ୍ତ୍ରୀ ବିଧାନସଭା ରେ ରଖିବେ ଉତ୍ତର


ଭୁବନେଶ୍ୱର:ସରିଲା ସର୍ବଦଳୀୟ ବୈଠକ।ତେବେ ବୈଠକ ପରେ ଗୃହ କାର୍ଯ୍ୟ ପାଇଁ ବାଟ ଫିଟିଛି।ଧାନ କିଣା ନେଇ ଆସନ୍ତାକାଲି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବ।ଆସନ୍ତାକାଲି ଧାନ କିଣା ନେଇ ସାଢେ ୧୧ଟାରେ ବିବୃତି ରଖିବେ ଯୋଗାଣ ମନ୍ତ୍ରୀ।ଏନେଇ ବୈଠକ ପରେ ଗୃହରେ ଘୋଷଣା କରିଛନ୍ତି ବାଚସ୍ପତି।ତେବେ ସୁବାସ ପାଣିଗ୍ରାହୀ ପ୍ରସଙ୍ଗ ଗୃହରେ ଆଲୋଚନା ହେବନି । ଏହି ପ୍ରସଙ୍ଗକୁ ସ୍ୱାଧିକାର କମିଟିକୁ ପଠାଯିବ।ଆସନ୍ତାକାଲି ସାଢେ ୧୦.୩୦ ମିନିଟ୍ ଯାଏ ଗୃହ ମୁଲତବୀ ଘୋଷଣା ହୋଇଛି।
ପାଞ୍ଚ ଦିନ ହେଲା ବିଧାନସଭାରେ ସର୍ବଦଳୀୟ ବୈଠକ ବସୁଥିଲେ ମଧ୍ୟ ନିଷ୍କର୍ସ ବାହାରିପାରୁନଥିଲା।ବିରୋଧୀ ଧାନ କିଣା ପ୍ରସଙ୍ଗରେ  ମୁଖ୍ୟମନ୍ତ୍ରୀଙ୍କ ବିବୃତି ରଖିବାକୁ ଦାବି କରୁଥିବାବେଳେ ଶାସକ ଦଳ ଏହାକୁ ମାନିବାକୁ ନାରାଜ ଥିଲେ।ଓଲଟି ଶାସକ ଦଳ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାକୁ ଦାବି  କରୁଥିଲା।ଫଳରେ ବାରମ୍ବାର ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ସୁଦ୍ଧା ସମାଧାନର ବାଟ ବହାରିପାରୁନଥିଲା।ତେବେ ଆଜି ବୈଠକ ପରେ ଗୃହ କାର୍ଯ୍ୟ ପାଇଁ ବାଟ ଫିଟିଛି lଧାନ କିଣା ନେଇ ଆସନ୍ତାକାଲି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବ । ଆସନ୍ତାକାଲି ଧାନ କିଣା ନେଇ ସାଢେ ୧୧ଟାରେ ଯୋଗାଣ ମନ୍ତ୍ରୀ ବିବୃତି ରଖିବେ ।ଏନେଇ ବୈଠକ ପରେ ଗୃହରେ ବାଚସ୍ପତି ଘୋଷଣା କରିଛନ୍ତି।

Leave a comment

Your email address will not be published. Required fields are marked *