#Uncategorized

ଦଣ୍ଡନାଚ ପାଇଁ ଅନୁମତି ଦେବାକୁ ପ୍ରଶାସନ ନିକଟରେ ଦଣ୍ଡନାଚ କମିଟି ସଦସ୍ୟଙ୍କ ଦାବୀ


ଫୁଲବାଣୀ-(ସୁନୀଲ ପଟ୍ଟନାୟକ) ଆଉ ମାତ୍ର ଦିନ କେଇଟା ପରେ ଦଣ୍ଡନାଚ ଆରମ୍ଭ ହେବ।
ହେଲେ ଏଯାଏ ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିବାରୁ ଦଣ୍ଡ ନାଚ ହେବକି ନାହିଁ ସେ ନେଇ ଦଣ୍ଡନାଚ କମିଟି ଓ ଭକ୍ତ ସନ୍ଦେହରେ ଅଛନ୍ତି ।
ମାନସୀ କ ଧ।ରୀ ଭକ୍ତ ମାନେ ଏଯାଏଁ ଦଣ୍ଡ ରଖିବା ଲାଗି ବହଣା ଦେଇ ପାରୁ ନାହାନ୍ତି।
ଏଣୁ ,ଆଜି ଜିଲ୍ଲାର ବିଭିନ୍ନ ଦଣ୍ଡ ନାଚ କମିଟି ପକ୍ଷରୁ ଶତାଧିକ ସଦସ୍ୟ ଯୋଗ ଦେଇ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଇଥିଲେ।
ଗତବର୍ଷକରେ । ନା ସଂକ୍ରମଣ ପାଇଁ ଦଣ୍ଡନାଚ ପାଇଁ ଅନୁମତି ଦେଇନଥିଲେ ପ୍ରଶାସନ।
ଏଥର ପରମ୍ପରା ଅନୁଯାୟୀ ଗୁହାରିଆ ଓ ନାଚ ଦଳକୁ ମିଶି ୨ ଶହ ଜଣ ଙ୍କୁ ଅନୁମତି ଦେବା
ପାଇଁ ଦାବି କରିଥିଲେ। ସେହିପରି ଦଣ୍ଡନାଚ କମିଟି ର ଉନ୍ନତି ପାଇଁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଦାବୀ କରିଥିଲେ। ସେହିପରି ଦଣ୍ଡନାଚ କଳାକାରମାନଙ୍କୁ କଳା କାର ଉତ୍ତା ପ୍ରଦାନ ଲାଗି କନ୍ଧମାଳ ଜାଗରଣ ମଞ୍ଚଜିଲ୍ଲାଆବାହକ ପରେ ଶ ମହାପାତ୍ର ଦାବୀ କରିଛନ୍ତି ।

Leave a comment

Your email address will not be published. Required fields are marked *