ବାଲିଗୁଡା:ସିଆରପିଏଫ କ୍ୟାମ୍ପରେ ୮୨ତମ ବାର୍ଷିକ ଉତ୍ସବ ପାଳିତ :ଦେଶରେ ଶାନ୍ତି ଓ ଅଖଣ୍ଡତା ବଜାୟ ରଖିବାକୁ କମାଡେଣ୍ଟଙ୍କ ଆହ୍ୱାନ

Udaya_Labanya | March 19, 2021 | 21 views |0 | Uncategorized


ବାଲିଗୁଡା,(ଉଲାପ୍ର): କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ୮୨ତମ ବାର୍ଷିକ ଉତ୍ସବ କ୍ୟାମ୍ପ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି l କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଥିବା ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଏବଂ ସେକେଣ୍ଡ କମାଡେଣ୍ଟ ସୁଖବୀର ସିଂ ଓ ଆସିଷ୍ଟାଣ୍ଟ କମାଡେଣ୍ଟ ସୋମଜୀତ ଭକତ ପ୍ରମୁଖଙ୍କ ଉପସ୍ଥିତରେ ଏକ ସଭାର ଆୟୋଜନ ହୋଇଥିଲା l ଏଥିରେ କମାଡେଣ୍ଟ ଶ୍ରୀ ଝା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l ପ୍ରଥମେ ସିଆରପିଏଫର ଶହୀଦ ହୋଇଥିବା ଜବାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା ପରେ ଶ୍ରଦ୍ଧାଞ୍ଜଳି ସହ ସଲାମୀ ନେଇଥିଲେ l ଏହି ଅବସରରେ ଆୟୋଜିତ ସଭାରେ କମାଡେଣ୍ଟ ଗଣ ଉପସ୍ଥିତ ରହି ଶହୀଦ ଜବାନ ମାନଙ୍କୁ ସମ୍ଭୋଧିତ କରି ଦେଶରେ ଶାନ୍ତି ଓ ଏକତା ବଜାୟ ରଖିବା ସହ ସିଆରପିଏଫର ୮୨ ବର୍ଷ ମଧ୍ୟରେ ଥିବା ଇତିହାସକୁ ସଂକ୍ଷେପରେ ବର୍ଣ୍ଣନା କରି ସଦା ସର୍ବଦା ଭାରତ ବର୍ଷର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଉପସ୍ଥିତ ଜବାନ ମାନଙ୍କୁ ଆହ୍ୱାନ କରିଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

କନ୍ଧମାଳ ମହୋତ୍ସବ ୨ 0୨ ୩ ପାଇଁ…

Udaya_Labanya | January 25, 2023 | 21 views |0

ଫୁଲବାଣୀ(ସୁନୀ ଲପଟନାୟକ )କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨ 0୨ ୩ ପାଇଁ ବୁଧବାରସ୍ଥାନୀୟ ନାରାୟଣୀ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ

Udaya_Labanya | January 20, 2023 | 9 views | 0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ…

Leave a Reply

Your email address will not be published. Required fields are marked *

Archives

Categories