କନ୍ଧମାଳରେ ମହୁଲର ଅଭାବୀ ବିକ୍ରୀ, ଆଦିବାସୀଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ

Udaya_Labanya | March 22, 2021 | 47 views |0 | Uncategorized


ଫୁଲବାଣୀ-(ସୁନୀଲପଟନାୟକ) ଏବେ ମହୁଲ ସିଜନ, ଫଳରେ ଖରା ତାତିକୁ ଖାତିର
ନକରି କନ୍ଧମାଳ ଜିଲ୍ଲାର ଆଦିବାସୀ ମହିଳାମାନେ ପ୍ରତିଦିନ ସକାଳୁ ସକାଳୁ ବାହାରି ପଡୁଛନ୍ତି ମହୁଲ ସଂଗ୍ରହରେ । ହେଲେ ମହୁଲ ଫୁଲର ଦାମ ଚଳିତବର୍ଷ କମ ରହିଛି । ଫଳରେ ମହୁଲ ଗୋଟାଳିଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି ।

ସାଧାରଣତଃ ଫେବୃୟାରି ଶେଷ ଓ ମାର୍ଚ୍ଚ ମାସ ଆରମ୍ଭରେ ମହୁଲ ଫୁଲ ଆସିଥାଏ। ଏଣୁ ଫୁଲବାଣୀ ସମେତ ସମ ଗ୍ର କନ୍ଧମାଳ ଜିଲ୍ଲାର ହଜାର ହଜାର ଆଦିବାସୀ ମହିଳା ମାନେ ହାତରେ ଟୋକେଇ ଧରି ଜଙ୍ଗଲକୁ ବାହାରି ପଡନ୍ତି ମହୁଲ ସଂଗ୍ରହ ପାଇଁ, I
କେହି କେହି ସାଙ୍ଗରେ ସେମାନଙ୍କ ପିଲା ଛୁଆଙ୍କୁ ବି ନେଇ ଥାନ୍ତି । ଅଧିକା ମହୁଲ ସଂଗ୍ରହ କଲେ ଅଧିକା ଦି ପଇସା ରୋଜଗାର କରିବେ ।
ଚଳିତବର୍ଷ ମହୁଲ କିଲୋ ପିଛ। ୨୦ରୁ ୨୫ ଟଙ୍କା ରହିଛି ।
ଜଣେ ମହିଳା ଦିନ କୁ ଅତି ବେଶିରେ ୫ ରୁ ୭କେଜି ମଧ୍ୟରେ ମହୁଲ ଗୋଟାଇ ଥାନ୍ତି । ହେଲେ ଶୁଖିଗଲା ପରେ ଶତକଡ଼ା ୫୦ଭାଗ ଓଜନ କମିଯାଏ, ଆଉ ଖୁବ କମ ଟଙ୍କା ମିଳେ ମହୁଲ ସଂଗ୍ରହକାରିଙ୍କୁ ।
ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରି ଆଣିବା ପରେ ତାକୁ ଭଲଭାବେ ଖରାରେ ଶୁଖାଇଥାନ୍ତି।
ପୁରା ଶୁଖିଗଲା ପରେ ବିକ୍ରି ପାଇଁ ଯାଇଥାଏ।ମହୁଲ ଫୁଲରେ ଆଦିବାସୀ ମାନେ ପିଠା ପ୍ରସ୍ତୁତ କରି ଖାଆନ୍ତି ଆଉ ଗୋ ଖାଦ୍ୟ ପ୍ରସ୍ତୁତ ରେ ମଧ୍ୟ ଏହା ବ୍ୟବହାର ହୁଏ ।
କମଟଙ୍କା ମିଳିଲେ ବି ଆଦିବାସୀ ମାନେ ମହୁଲ ଗୋଟାଇବା ଲାଗି ବେଶ ଆଗ୍ରହ ପ୍ରକାଶ କରିଥାନ୍ତି।


ମହୁଲ ଗୋଟାଇ ଯାହା କିଛି ପାରିଶ୍ରମିକ ପାଆନ୍ତି ସେଥିରେ ପରିବାର ର ବୋଝ ଟିକିଏ ହ।ଲକା ହୋଇ ଥାଏ। ହେଲେ ଚଳିତବର୍ଷ ମହୁଲ ଦର କମ ଥିବାରୁ ଚିନ୍ତାରେ ପଡିଛନ୍ତି ମହୁଲ ତୋଳାଳୀ।
ଗତଥର କୋରନା ସଂକ୍ରମଣ ପାଇଁ ଦେଶବ୍ୟାପୀ ଲକ ଡ଼ାଉନ ଥିବାରୁ ମହୁଲ ଫୁଲ ସଂଗ୍ରହ ଓ ବିକ୍ରୀ ରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ସାହୁକାର ମାନଙ୍କୁ ଶାଗ ମାଛ ଦରରେ ବିକ୍ରୀ କରିଥିଲେ, l
ତେବେ ଏ ବର୍ଷ ଭଲ ଦି ପଇସା ଉପାର୍ଜନ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି କନ୍ଧମାଳ ର ମହୁଲ ଗୋଟାଳି । ହେଲେ କଣ ହେଉଛି ଆଗକୁ ଜଣାପଡିବ ।
.

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 34 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 45 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories