ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଜଳ ଦିବସ ପାଳିତ

Udaya_Labanya | March 23, 2021 | 10 views |0 | Uncategorized

ଫୁଲବାଣୀ(ଉଲାପ୍ର) ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ବିଶ୍ଵ ଜଳ ଦିବସ” ପାଳିତ ହୋଇଯାଇଛି । ଅଧ୍ୟକ୍ଷା ସହକାରୀ ପ୍ରଫେସର ଡକ୍ଟର କମଳ ପ୍ରଭା କପାନିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଓଡ଼ିଆ ଅଧ୍ୟାପକ ଓ ଇକୋକ୍ଳବ୍ ର ମାର୍ଗଦର୍ଶକ ଶ୍ରୀ ସୁରେଶ କୁମାର ମାଝୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ୩୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଇକୋକ୍ଳବ୍ ଗଠିତ ହୋଇଥିବା ସେ ସୂଚନା ପ୍ରଦାନ କରିଥିଲେ । ଏହାଛଡ଼ା ପରିବେଶ ସୁରକ୍ଷା, ତାହାକୁ ନେଇ ଦେଖାଦେଉଥିବା ବିଭିନ୍ନ ସମସ୍ୟା , ତାହାର ସମାଧାନ ସମ୍ପର୍କରେ ଆଗାମୀ ଦିନରେ ସଚେତନତା ସୃଷ୍ଟି ଓ ନିଆଯିବା ନିଷ୍ପତ୍ତି ହିଁ ଇକୋକ୍ଳବ୍ ଗଠନର ମୂଳଲକ୍ଷ୍ୟ ବୋଲି ସେ ସୂଚନା ପ୍ରଦାନ କରିଥିଲେ । ଆଜି ଇକୋକ୍ଳବ୍ ତରଫରୁ “ବିଶ୍ଵ ଜଳ ଦିବସ” ପାଳନ କରାଯାଇଥିଲା । ଅଧ୍ୟକ୍ଷା ପୃଥିବୀର ବିଭିନ୍ନ ଦେଶରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଥିବାରୁ ଏହାର ଦୂରୀକରଣ ନିମନ୍ତେ ସମସ୍ତେ ଯତ୍ନବାନ ହେବାକୁ ପଡିବ ବୋଲି ନିଜର ମତବ୍ୟକ୍ତ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀ ସୁବଳ ମେହେର ଏହି ପରିପ୍ରେକ୍ଷୀରେ ଜଳ ହିଁ ଜୀବନ, ଜଳ ହିଁ ଅମୃତ । ସରକାର ଜଳ ସଂକଟ ଦୂରୀକରଣ ନିମିତ୍ତ ଅମୃତଧାରା, ସ୍ବଜଳଧାରା ଓ ପାଣି ପଞ୍ଚାୟତ ଗଠନ କରିଛନ୍ତି ବୋଲି ନିଜର ମତବ୍ୟକ୍ତ କରିଥିଲେ । ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ଡକ୍ଟର ଶେଷନ ବିଶି ଜୀବ ଜଗତ ସୃଷ୍ଟିର ମୂଳରେ ଜଳର ଅନିବାର୍ଯ୍ୟ ଆବଶ୍ୟକତା ରହିଥିଲା ଓ ରହିଛି ମଧ୍ୟ ; ପ୍ରଥମ ଜୀବକୋଷର ସୃଷ୍ଟି ମଧ୍ୟ ଏହି ଜଳରୁ ହିଁ ସୃଷ୍ଟି ହୋଇଛି ବୋଲି ସେ ସୂଚନା ପ୍ରଦାନ କରିଥିଲେ । ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ଡକ୍ଟର ସୈରେନ୍ଦ୍ରି ମହାରଣା ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇବା ସହ ଜଳର ଉପାଦେୟତା, ସଂରକ୍ଷଣ ଓ ଏହାର ସୁବିନିଯୋଗର ଅବତାରଣା କରିଥିଲେ । ଅଧ୍ୟାପକ ଶ୍ରୀ ସୁରେଶ କୁମାର ମାଝୀ ସଭାକାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଡକ୍ଟର ବିଭୂତି ଶତପଥୀ ପୂର୍ଣ୍ଣ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଡକ୍ଟର ରୋଜାଲିନ ଦାସ, ଡକ୍ଟର ଅନିନ୍ଦିତା ନନ୍ଦ, ଡକ୍ଟର ସସ୍ମିତା ସାହୁ, ରୀତା ପାଣ୍ଡେ, ଦିଲରାଜ୍ ପୁଆଲା, ଡକ୍ଟର ସୈରେନ୍ଦ୍ରି ମହାରଣା, ସୁଜାତା ବେହେରା, ଏଭଲିନ୍ ନମିତା ବାଆ, ରୋଷିନୀ ତିର୍କି, ବନୁଜା ମେହେର, ବେନାଜିର ଖାତୁନ୍ , ସୁନୀତା ଭୋଇ ସମେତ ଇକୋକ୍ଳବର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ଇଂରାଜୀ ବିଭାଗର ଅଧ୍ୟାପିକା ସୁନୀତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 34 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 45 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories