ବାଲିଗୁଡା:ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ପୋଲିସର ଛାନଭିନ୍ ଜାରୀ

Udaya_Labanya | March 25, 2021 | 16 views |0 | Uncategorized


ବାଲିଗୁଡ଼ା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ ପଞ୍ଚାୟତର ତୁଲିପାଜୁ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର କରିଛି ବାଲିଗୁଡ଼ା ପୋଲିସ୍ । ସୂଚନା ପ୍ରକାରେ ରେବିଙ୍ଗିଆ ପଞ୍ଚାୟତର ଟିକୁନ ଗୌଡ଼ ନାମକ ଜଣେ ବ୍ୟକ୍ତି ଏକ ଭୋଜିକୁ ଯାଇ ଗତ ଫେବୃଆରୀ ୨୨ ତାରିଖରୁ ନିଖୋଜ ଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରି ନପାଇବାରୁ ମାର୍ଚ୍ଚ ୪ତାରିଖରେ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ବୁଧବାର ଦିନ ରେବିଙ୍ଗିଆ ଅଞ୍ଚଳର କିଛି ଲୋକ ତୁଲିପାଜୁ ଜଙ୍ଗଲକୁ ମହୁଲ ଗୋଟେଇବାକୁ ଯାଇଥିବା ବେଳେ ଜଙ୍ଗଲରେ ଦୁର୍ଗନ୍ଧ ପାଇ ଅଞ୍ଚଳ ବାସୀଙ୍କୁ ଜଣାଇଥିଲେ । ଏହାପରେ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ଜଙ୍ଗଲକୁ ଯାଇ ଦେଖିବାପରେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ଛାନଭିନ୍ ଆରମ୍ଭ କରିଛି। ଏକଜୁକୁଟିଭ୍ ମାଜିଷ୍ଟ୍ରେଟ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମାଟିତଳୁ କଙ୍କାଳ ଉଦ୍ଧାର କରାଯାଇଛି । କଙ୍କାଳରୁ ମିଳିଥିବା ଗାମୁଛା,ସାର୍ଟ ଓ ଲୁଙ୍ଗିକୁ ଦେଖି ଏହା ନିଖୋଜ ଟିକୁନ୍ ଗୌଡ଼ଙ୍କର କଙ୍କାଳ ବୋଲି ପରିବାର ଲୋକେ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟ ପୋଲିସ୍ କର୍ମଚାରୀ ତଥା ସ୍ଥାନୀୟ ଲୋକ ଓ ସମ୍ପର୍କୀୟ ଲୋକଙ୍କ ଆଗରେ ଦାବି କରିଛନ୍ତି । ସେପଟେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସମେତ ବାଲିଗୁଡ଼ା ଏସଡିପିଓ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛନ୍ତି । କଙ୍କାଳକୁ ଜବତ କରି ଫୋରେନସିକ୍ ଲ୍ୟାବକୁ ପଠାଇଛି ପୋଲିସ୍ । ସମ୍ପୂର୍ଣ୍ଣ ଯାଞ୍ଚ୍ ପରେ କଙ୍କାଳର ପ୍ରକୃତ ପରିଚୟ ମିଳିପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ଏବଂ ଅଭିଯୋଗ ପ୍ରକାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଜ ସମ୍ପର୍କୀୟ ଲୋକେ ଏହି ହତ୍ୟାକାଣ୍ଡ କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 34 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 45 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories