ବିଜେପି ବିଧାୟକଙ୍କ ବିଷ୍ଫୋରକ ବୟାନ: କେରଳର ଲୋକ ଉଚ୍ଚ ଶିକ୍ଷିତ, ତେଣୁ ଏଠି ବିଜେପି ପଛୁଆ

Udaya_Labanya | March 25, 2021 | 15 views |0 | Uncategorized

କେରଳରେ ସରଗରମ ହେଲାଣି ରାଜନିତୀ । ଆସନ୍ତା ଏପ୍ରିଲ ୬ରେ କେରଳରେ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ଜେରସୋର୍ ରେ ଚାଲିଛି ପ୍ରଚାର । କିନ୍ତୁ ଏହାରି ଭିତରେ କେରଳର ବରିଷ୍ଠ ବିଜେପି ନେତା ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା କି ସମସ୍ତଙ୍କୁ ଚକିତ କରିଦେଇଛି। ବିଶେଷ କରି ବିଜେପି ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କରେଳର ଏକମାତ୍ର ବିଜେପି ବିଧାୟକ ଓ. ରାଜଗୋପାଳ କହିଛନ୍ତି ଯେ କେରଳରେ ବିଜେପିର ସଂଖ୍ୟା ନବଢ଼ିବାର କାରଣ ହେଉଛି ରାଜ୍ୟର ଅତ୍ୟଧିକ ସାକ୍ଷରତା । ସେ କହିଛନ୍ତି ଯେ ଏଠାକାର ଲୋକ ଉଚ୍ଚ ଶିକ୍ଷିତ । ଏମାନେ ଭାବି ଚିନ୍ତି ଭୋଟ ଦିଅନ୍ତି । ରାଜଗୋପାଳଙ୍କ ଏଭଳି ବୟାନ ବିଜେପି ଗାଲରେ ଏକ ଶକ୍ତ ଚାପୁଡ଼ା ଭାବେ ବାଜିଛି।

ଏପ୍ରିଲ ୬ରେ କେରଳର ୧୪୦ଟି ବିଧାନସଭା ସିଟ୍ ପାଇଁ ଭୋଟଗ୍ରହଣ ହେବ । ଯାହାର ଫଳାଫଳ ମେ ୨ରେ ପ୍ରକାଶ ପାଇବ । ବର୍ତ୍ତମାନ ରାଜ୍ୟରେ ବାମପନ୍ଥୀ ଦଳଙ୍କ ମୁଖ୍ୟ LDF କ୍ଷମତାରେ ଅଛି। କଂଗ୍ରେସ ନେତୃତ୍ୱାଧୀନ UDF ମେଣ୍ଟ ମୁଖ୍ୟ ବିରୋଧୀ ଭାବେ ଅଛି। ଏହି ଦୁଇ ଦଳ ମଧ୍ୟରେ ବିଜେପି ବି ନିଜ ସ୍ଥିତିକୁ ମଜଭୁତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଲାଇଛି। କିନ୍ତୁ ରାଜଗୋପାଳଙ୍କ ଏଭଳି ବୟାନ ପରେ ଦଳକୁ ଅନେକ ପ୍ରଶ୍ନର ସମ୍ନା କରିବାକୁ ପଡ଼ିପାରେ ।

ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ କେରଳର ନେମୋମ ବିଧାୟକ ଓ. ରାଜଗୋପାଳ କେରଳରେ ବିଜେପିର ସ୍ଥିତି ସ୍ପଷ୍ଟ କରିଛନ୍ତି । ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କେରଳରେ ବିଜେପି ଏତେ ପଛୁଆ କାହିଁକି? ଯେତେବେଳେ କି ହରିୟାଣା ଓ ତ୍ରିପୁରାରେ ସତ୍ତା ଲଢ଼େଇରେ ପାର୍ଟି ବାଜି ମାରିଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ବି ବିଜେପିର ସ୍ଥିତି ମଜଭୁତ ହେବାରେ ଲାଗିଛି । ତେବେ ଏହାର ଉତ୍ତରରେ ରାଜଗୋପାଳ କହିଥିଲେ, “କେରଳ ଏକ ଭିନ୍ନ ପ୍ରକାରର ରାଜ୍ୟ, ଏଠାରେ ଦୁଇଟି ତିନୋଟି କାରଣ ଅଛି ଯାହା ଏହାକୁ ଅନ୍ୟ ସ୍ଥାନଠାରୁ ଭିନ୍ନ କରିଥାଏ, କେରଳର ସାକ୍ଷରତା ଶତକଡା ୯୦ ପ୍ରତିଶତ ରହିଛି, ଏଠାକାର ଲୋକମାନେ ଭୋଟ ଦେବା ପୂର୍ବରୁ ଭାବନ୍ତି, ଏହାକୁ ନେଇ ଯୁକ୍ତି କରନ୍ତି। ଏବଂ ତା’ପରେ ଯାଇ ଭୋଟ୍ ଦିଅନ୍ତି। ଶିକ୍ଷିତ ଲୋକଙ୍କ ଏହା ହିଁ ଅଭ୍ୟାସ। ଆଉ ବିଜେପି ପାଇଁ ଏହା ହେଉଛି ଏକ ସମସ୍ୟା।”

ରାଜଗୋପାଲ କେରଳରେ ବିଜେପି ହାରିବାର ଦ୍ୱିତୀୟ କାରଣ ଦେଇ କହିଛନ୍ତି, ‘ରାଜ୍ୟରେ ୫୫ ପ୍ରତିଶତ ହିନ୍ଦୁ ଏବଂ ୪୫ ପ୍ରତିଶତ ସଂଖ୍ୟାଲଘୁ ଅଛନ୍ତି, ତେଣୁ ଏଠାରେ ପ୍ରତ୍ୟେକ ରାଜନୈତିକ ଦଳର ଗୁଣନ ଫେଲ ମାରେ। ତେଣୁ କେରଳକୁ ଅନ୍ୟ ରାଜ୍ୟ ସହ ତୁଳନା କରାଯାଇପାରିବ ନାହିଁ। ଏଠାରେ ପରିସ୍ଥିତି ଅଲଗା, କିନ୍ତୁ ଆମେ ଧୀରେ ଧୀରେ ସଠିକ୍ ଅବସ୍ଥାରେ ଆଗକୁ ବଢ଼ୁଛୁ।’ ତେବେ ରାଜଗୋପାଳଙ୍କ ଏଭଳି ବୟାନ ଆଗାମି ନିର୍ବାଚନରେ ବିଜେପି ପାଇଁ କଠିନ ପରିସ୍ଥିତି ସୃଷ୍ଟି କରିପାରେ ।

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 36 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 46 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories