ବେଲଘର ପାଗାପାଙ୍ଗା ଗ୍ରାମରେ ବାଘ ଆତଙ୍କ, ଭୟରେ ଗ୍ରାମବାସି

Udaya_Labanya | March 26, 2021 | 85 views |0 | Uncategorized


ଫୁଲବାଣୀ_(ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲାରେ ପୁଣି ବାଘ ଆତଙ୍କ । ବାଘ ଆଜି ଗାଁ ନିକଟକୁ ସକାଳୁ ସକାଳୁ ଆସି ଏକ ବଳଦକୁ ମାରି ଖାଇ ଦେଇଛି। ଫଳରେ ବାଘ ଆତଙ୍କ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇ ପଡିଛୁନ୍ତି ।
ଏଭଳି ଘଟଣା ଦେଖିବାକୁ ମିଳିଛିକନ୍ଧମାଳ ଜିଲ୍ଲା ବେଲ ଘରବନ ବିଭାଗ 6ରଂଜ ଅନ୍ତର୍ଗତ ପାଗାପାଙ୍ଗା ଗ୍ରାମରେ।
ଖବର ପାଇ ବନ ବିଭାଗ ରେ ଜଂରବିଦ୍ୟା ଧର ଯାନୀ ଙ୍କ ନିର୍ଦେଶ ରେ ବନପାଳ ସନ୍ତୋଷ ସେନାପତି ଓ ବନ କର୍ମଚାରି ଙ୍କ ସମେତ ବ୍ଲକ ଭେଟେନାରୀ ଅଫିସର ଡ଼ l.ମାନସ ରଞ୍ଜନ ନାୟକ ପ୍ରମୁଖଘଟଣା ସ୍ଥଳରେ ପହଞ୍ଚି ବାଘର ପାଦଚିହ୍ନ ଯାଞ୍ଚ କରିଥିଲେ।ଏହା ଏକକଲରା ପତରିଆ ବାଘବୋଲି ବନବିଭାଗ କହିଛି ।
ଖାଦ୍ୟ ଅନ୍ୱେଷଣ ରେ ବାଘଟି ଗାଁ ନିକଟକୁ ଆସି ବଳଦକୁ ଆକ୍ରମଣ କରିଥିବା ବନ ବିଭାଗ କହିଛି । ବାଘଟି ଏବେ କୁଆଡେ
ଗାଁ ନିକଟ ଜଙ୍ଗଲରେ ଥିବାରୁ ଗ୍ରାମବାସୀଙ୍କୁ ଜଙ୍ଗଲ ଭିତରକୁ ନ ଯିବା ଲାଗିବାରଣ କରିଛି ବନବିଭାଗ।
ବାଘ ଟିକୁ ଘଉଡାଇବା ଲାଗି ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଗ୍ରାମବାସୀ ଙ୍କୁ ଭୟ ଭୀତ ନ ହେବାକୁ କହିଛି ବନ ବିଭାଗ।ତଦନ୍ତ ପରେ
ସର କାରି ନିୟମ ଅନୁ ଯାଇ ବଳଦ ମାଲିକ ଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦିଆଯିବ ବୋଲି କ ହିଛି ବନ ବିଭାଗ l

Share this
  •  
  •  
  •  
  •  
  •  
  •  
  •  

Related Posts

ରୋଟାରୀ କ୍ଲବ ପକ୍ଷରୁ ଛାତ୍ର ଛାତ୍ରୀପୁରସ୍କୃତ

Udaya_Labanya | September 25, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ରବିବାରଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ କ୍ଲବ ର ସମ୍ମିଳନୀ କକ୍ଷ ଠାରେସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବେସିକ ଏଜୁକେସନ ଉପରେ ହୋଇଥିବା ଏକ ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀ ଙ୍କୁମାନପତ୍ର, କପ, ଅର୍ଥ ରାଶି ପ୍ରଦାନ…

ଫୁଲବାଣୀ ରେ ଚକ୍ଷୁ ଚିକିତ୍ସା ଶିବିର, ୪୩ଜଣ…

Udaya_Labanya | September 25, 2022 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ହାଟପଦାସ୍ଥିତ ମାଆ ନାରାୟଣୀ ଙ୍କ ସମ୍ମିଳନୀ କକ୍ଷରେ ମହାନଦୀ ନେତ୍ର ଚିକିତ୍ସାଳୟ ଆନୁକୂଲ୍ୟରେ ମିଳିତ ନାଗରିକ କମିଟି ଓ ସଚେତନ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅନୁଷ୍ଠିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ରେ ୨୦୦ରୁ…

Leave a Reply

Your email address will not be published. Required fields are marked *

Archives

Categories