ଭାରତ ବନ୍ଦକୁ ସମର୍ଥନ ଦେଲା ଆଠଗଡ କଂଗ୍ରେସ, ଦୋକାନବଜାର, ଗାଡି ଚଳାଚଳ ବନ୍ଦ
ଆଠଗଡ(ଉଲାପ୍ର)ଚାଷୀମାନେ ଭାରତ ବନ୍ଦ ଡାକରା ଦେବାପରେ ଜାତୀୟ କଂଗ୍ରେସ ଦଳ ଚାଷୀଙ୍କ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇ ଆଠଗଡ କଂଗ୍ରେସ ଦଳ ତରଫରୁ ବାର ଘଣ୍ଟିଆ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି ବ୍ୟବସାୟୀ ମାନେ,ଆଠଗଡ ସହରରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବା ବେକେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା,କଟକ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ମନୋରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଦ ଡ଼ାକରାରେ
କଂଗ୍ରେସ ନେତା ଉମାବଲଭ ରଥ,ପୂର୍ବତନ ଜିଲାପରିସଦ ସଭ୍ୟ ସୁଦର୍ଶନ ସାହୁ,ଆଠଗଡ ଯୁବକଂଗ୍ରେସ ସଭାପତି ବିକ୍ରମ ରାୟ ସାମନ୍ତ,ପ୍ରଶାନ୍ତ ବେହେରା,ନଗର କଂଗ୍ରେସ ସଭାପତି ମାନସ ରଞ୍ଜନ ପଟ୍ଟନାୟକ,ସୌମ୍ୟସ ରଥ,ସୁଜନ ମହାରଣା,ଅଶୋକ ପ୍ରଧାନ ପ୍ରମୁଖ ଚାନ୍ଦବାଲି ଛକ ଠାରେ ଏକତ୍ର ହୋଇ ରାସ୍ତାରୋକ କରିବା ଯୋଗୁ ଛକ ଉପରେ ଗାଡି ଚଳାଚଳ ସମ୍ପୂର୍ଣ ବ୍ୟାହତ ହୋଇଥିଲା,ଶାନ୍ତିପୂର୍ଣ ଭାବେ ଭାରତ ବନ୍ଦ ଆଠଗଡ ରେ ସଫଳ ହୋଇଛି।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































