#Uncategorized

କଳିଙ୍ଗା ଘାଟିରେ ପିକ ଅପ ଭ୍ୟାନଓଲଟି ୫ ଗୁରୁତର


ଫୁଲବାଣୀ- (ସୁନୀଲପଟନାୟକ) କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ଏକ ପିକ ଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି ।
ପିକ ଅପଭ୍ୟାନ ଯୋଗେ ଭଜଂ ନଗର ଅଞ୍ଚଳରୁ କିଛି ରୋଷେୟା ବାଲିଗୁଡ଼ାକୁ ଭୋଜି ରାନ୍ଧିବାକୁ ଯାଇ ଫେରୁଥିଲେ । ଫେରିବା ବେଳେ କଳିଙ୍ଗା ଘାଟିରେ ଭ୍ୟାନଟି ଓଲଟି ପଡିଥିଲା। ଗାଡିଟି ଘାଟିର ୧୦/୧୫ ଫୁଟ ତଳକୁ ଖସିପଡିବାଫଳରେ ଏଥିରେ ବସିଥିବା ୫ ଜଣ ଗୁରୁତର ଆହତ ହୋଇଥିଲେ । ଆହତ ସମସ୍ତଙ୍କୁ ବ୍ରହ୍ମପୁରବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ
ଜି. ଉଦୟଗିରି ପୋଲିସ ଏକ ମାମଲା ରୁକ୍ମ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave a comment

Your email address will not be published. Required fields are marked *