ଆଠଗଡ ରେ ନୂତନ ପାଞ୍ଜିପାଠ ଅନୁଷ୍ଠିତ
ଆଠଗଡ ଦୁର୍ଗାବଜାର ଦୋଳମଣ୍ଡପ ଠାରେ ନୂତନ ପାଞ୍ଜିପାଠ କରାଯାଇଛି,ରାଜଜ୍ୟୋତିଶ ପରିବାର ତରଫରୁ ବରିଷ୍ଠ ସାମ୍ବାଦିକ ଲଲାଟେନ୍ଦୁ ସେନାପତି ରାଧାଗୋବିନ୍ଦ ଙ୍କ ନିକଟରେ ନୂତନ ପାଞ୍ଜିପାଠ
କରିଥିଲେ,ରାଧାଗୋବିନ୍ଦ ଦୋଳମଣ୍ଡପ କୁ ଆସିବା ପୂର୍ବରୁ ଗତକାଲି ରାତିରେ ଚତୁର୍ଦ୍ଦଶୀ ଯାତ୍ରାରେ ଆଠଗଡ ଗଡର ଆଠଗୋଟି ଠାକୁରଙ୍କୁ ନିମନ୍ତ୍ରଣ କରି ଯାତ୍ରା କରିଥିଲେ, ଆଜି ସକାଳୁ ରାଧାଗୋବିନ୍ଦ ଯାତ୍ରାରେ କୋଭିଡ କଟକଣା ମଧ୍ୟରେ ଅନ୍ୟ ଠାକୁରଙ୍କୁ ନେଇ ଜଗନ୍ନାଥ ମନ୍ଦିର ସହିତ ନାରାୟଣ ମନ୍ଦିରରେ ଭୋଗ ଖାଇସାରିବା ପରେ ଦୋଳମଣ୍ଡପ ରେ ବିଜେ କରିଥିଲେ, ଅପରାହ୍ନ ରେ ଦୋଳମଣ୍ଡପ ରେ ନୂତନ ପାଞ୍ଜିପାଠ କରାଯାଇଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































