#Uncategorized

କନ୍ଧମାଳ ସାଂସଦ, ଜିଲ୍ଲାପାଳ ଓ ପି ଡ଼ି କୋଭିଡ ଯୋଦ୍ଧl ଙ୍କୁ ଖାଦ୍ୟ ପରଷିଲେ


ଫୁଲବାଣୀ -(ସୁନିଲ ପଟନାୟକ )
ରବିବାର ଥିଲା ଫୁଲବାଣୀ ମୁନିସିପାଲଟି ର ସଫେଇ କର୍ମଚାରୀ ଙ୍କ ପାଇଁ ଏକ ଆନନ୍ଦ ର ମୁହୂର୍ତ l
ଫୁଲବାଣୀ ମୁନିସିପାଲଟି ର ଏକ କାର୍ଯ୍ୟ କ୍ରମ ରେ କନ୍ଧମାଳ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ, କନ୍ଧମାଳ ଜ଼ିଲା ପାଳ ଡା. ଵୃନ୍ଦା ଡ଼ି, ପ୍ରକଳ୍ପ ନିର୍ଦେଶକ ବିଶ୍ୱ ରଞ୍ଜନ ନାୟକ ଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ l
କାର୍ଯ୍ୟକ୍ରମ ସରିବା ପରେ ବଡା ଖାନା ଵ୍ୟଵସ୍ଥା କରା ଯାଇଥିଲା l
ଏଥିରେ ମୁନସିପାଲଟି ର କାର୍ଯ୍ୟରତ ସଫେଇ କର୍ମଚାରୀ କୋଭିଡ ଯୋଦ୍ଧl
ମାନଂକପାଇଁ ଲଞ୍ଚ ବା ମଧ୍ୟାନ ଭୋଜନ ଵ୍ୟଵସ୍ଥା ଥିଲା l
ତେବେ ଲଞ୍ଚ ଆରମ୍ଭ ହେବାବେଳେ ସାଂସଦ ଡ଼ଃ ସାମନ୍ତ, ଜ଼ିଲ୍ଲାପାଳ ଡା. ଵୃନ୍ଦା ଡ଼ି, ପି ଡ଼ି ଡ଼ି ଆର ଡ଼ି ଏ ବିଶ୍ୱରଂ ଜନ ନାୟକ, ପ୍ରମୁଖ ନିଃ ସଂକୋଚ ରେ ଆଗେଇ ଆସି ମୁନିସିପାଲଟି ର ସଫେଇ କର୍ମଚାରୀ ମାନଙ୍କୁ ଖୁସିରେ ଖାଦ୍ୟ ପରସିଥିଲେ l ଯାହା କି ସମସ୍ତଙ୍କୁ ଚକିତ କରିଥିଲା l
ସଫେଇ କର୍ମଚାରୀ ମାନେ ମଧ୍ୟ ଧାଡିରେ ଆସି ଖାଦ୍ୟ ନେଉଥିବା ଦେଖିବାକୁ ମିଳିଥିଲା l


ସମସ୍ତ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ କୁ ପଛରେ ପକାଇ ସାଂସଦ, ଜିଲାପାଳ, ପ୍ରକଳ୍ପ ନିର୍ଦେଶକ ଡ଼ି, ଆର ଡ଼ି ଏ ପ୍ରମୁଖ ଆମକୁ ଖାଦ୍ୟ ପରସିଥିବାରୁ ଆମେ ବହୁତ ଖୁସି ଅନୁଭବ କଲୁ ବୋଲି ସଫେଇ କର୍ମଚାରୀ ମାନେ କହିଛନ୍ତି l
ଏହାଫଳରେ ଆଗକୁ ଆମେ ନିଷ୍ଠା ର ସହ କାମ କରିବାଲାଗି ପ୍ରେରଣା ମିଳିବ ବୋଲି ମଧ୍ୟ କହିଥିଲେ l
ସେହିପରି ମୁନସିପାଲଟି କାର୍ଯ୍ୟ ନିର୍ବାହୀ ଅଧି କାରି ବଳଦେବ ବେହେରା ମଧ୍ୟ ବେଶ ଖୁସି ଅନୁଭବ କରିଥିଲେ l
ଉଚ୍ଚ ପଦପଦବୀ ରେ ରହି ମଧ୍ୟ ଅଧସ୍ତନ ତଥା ତଳିଆ କର୍ମଚାରୀ ଙ୍କ ପ୍ରତି ବଦାନ୍ୟତା ଦେଖେଇ ଥିବା ରୁ ସାଧାରଣ ରେ ପ୍ରଶଂସା କରାଯାଇଛି

Leave a comment

Your email address will not be published. Required fields are marked *