ବାଲିଗୁଡା:ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଚତୁର୍ଥ ପର୍ଯ୍ୟାୟ ସେବକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Udaya_Labanya | March 30, 2021 | 23 views |0 | Uncategorized


ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଚତୁର୍ଥ ପର୍ଯ୍ୟାୟ ସେବକ ପ୍ରଶିକ୍ଷଣ ଶିବିର ସାଇବିହାର ଠାରେ କୋଭିଡ କଟକଣା ନିୟମକୁ ପାଳନ କରି ଅନୁଷ୍ଠିତ ହୋଇ ଯାଇଛି | ଏହି ପ୍ରଶିକ୍ଷଣ ଶିବିର ସକାଳ 8 ଘଣ୍ଟ ଠାରୁ ଆରମ୍ଭ ହୋଇ ଅପରାହ୍ନ ରେ ଶେଷ ହୋଇଥିଲା | ଉକ୍ତ ଶିବିରରେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି,କ.ନୂଆଗାଁ, କୁଡୁତୁଲି,କୋଟଗଡ ଏବଂ ସଦର ବାଲିଗୁଡା ରୁ ସାଇ ଭକ୍ତ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଶ୍ରୀ ସତ୍ୟସାଇ ସେବା ସଂଗଠନ ର ଉତ୍ପତି,ବିକାଶ ଓ ଅଗ୍ରଗତି ବିଷୟରେ ଆଲୋଚନା ହୋଇଥିଲା l ନବଧା ଆଚରଣ ଵିଧି, ବାଳବିକାଶ ର ତାତ୍ପର୍ଯ୍ୟ କୁ ମଧ୍ୟ ବକ୍ତା ମାନେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ l ରାୟଗଡା ରୁ ଆସିଥିବା ଅତିଥି ଭଉଣୀ ଡ଼ଃ ଗୀତାଞ୍ଜଳି ପାତ୍ର ଏବଂ ଅମ୍ବାଦଳା ରୁ ଆସିଥିବା ଅତିଥି ତ୍ରିନାଥ ପାତ୍ର ଉପସ୍ଥିତ ରହି ସଂଗଠନ ର ବିକାଶ ଓ ନିୟମାବଳୀ ଉପରେ ଆଲୋକପାତ କରିଥିଲେ | ଆବାହକ ସୁରେନ୍ଦ୍ର ନାଥ ସାହୁ ସ୍ୱାଗତ ସମ୍ଭାଷଣ ଦେଇଥିବା ଶ୍ରୀମତୀ ସସ୍ମିତା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଶେଷରେ ଆଳତି ହୋଇ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା |

Share this
  •  
  •  
  •  
  •  
  •  
  •  
  •  

Related Posts

ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ସାଧାରଣ ବୈଠକ

Udaya_Labanya | October 3, 2022 | 6 views |1

ଫୁଲବାଣୀ (ଉଲା ପ୍ର )ବାଲିଗୁଡା ସ୍ଥିତ ମାପlଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ସର୍ବ ସାଧାରଣ ବୈଠକ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ଲୋକନାଥ ପାଢ଼ୀ ଅଧକ୍ଷତା କରିଥିବା ବେଳେ ସମ୍ପାଦକ ଟି ଶ୍ରୀନିବାସ…

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସାନଉଲମା ଗ୍ରାମରେ…

Udaya_Labanya | September 30, 2022 | 9 views | 0

_ ନବରଙ୍ଗପୁର/ ଡାବୁଗାଁ(ନି.ପ୍ର): ତା. ୨୯/୦୯/୨୦୨୨ ରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଉଲମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଉଲମା ଗ୍ରାମରେ ଲୋକଙ୍କ ଅଧିକାର ଓ ଜୈବିକ ଚାଷକୁ ନେଇ ସାମାଜିକ ଓ ଆର୍ଥିକ ସଚେତନତା ଉପରେ କାଯ୍ୟ କରୁଥିବା…

Leave a Reply

Your email address will not be published. Required fields are marked *

Archives

Categories