#Uncategorized

ଅଭିଯୋଗ କଲେ ଶୁଣୁନି ପ୍ରଶାସନ ପାଣିପାଇଁ ରାଜରାସ୍ତାକୁ ଆସିଲେଣି ଲୋକେ,


ଆଗେପାଣି ଦିଅ ତାପରେ ରାସ୍ତାରୁ ହଟିବୁ ନଚେତ ନାହିଁ ଏମିତି କିଛି କହି ଗରା, ମାଠିଆ, ବାଲଟି ଧରି ମଝିରେ ସୁତା ବାନ୍ଧି ଫୁଲବାଣୀ_ଭୁବନେଶ୍ଵର ଜାତୀୟ ରାଜପଥର ମୁଳଗୁଦାରୀ ଠାରେ ରାସ୍ତା ଅବରୋଧ କରି ପିଲାଛୁଆକୁ ଧରିବସିଥିଲେ ମହିଳାମାନେ । ଆଗକୁ ଆହୁରି ତାତି ବଢିବ,ହେଲେ ଏବେଠୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖା ଦେଲାଣି ଜଳ କଷ୍ଟ | ଦେଖନ୍ତୁ ଏହି ରିପୋର୍ଟ
ଖରା ଆରମ୍ଭରୁ ଜଳକଷ୍ଟ ଭୋଗୁଛନ୍ତି ଲୋକେ | ତେବେ ଆଗକୁ କଣ ହେବ ତାହା କହିବା ମୁସ୍କିଲ୍ | କେଉଁଠି ନଳ କୂପ ଚାଲୁନି ତ ଆଉ କେଉଁଠି ପାଣି ପାଇଁ ମାଇଲ ମାଇଲ ବାଟଚାଲିବାକୁ ପଡୁଛି ।କନ୍ଧମାଳ ଜିଲ୍ଲା ର ଦୁର୍ଗମ ଅଞ୍ଚଳରେ ଲୋକେ ଜଳ କଷ୍ଟ ଭୋଗୁ ଥିବା ବେଳେ ଫୁଲବାଣୀ ସଦର ମହକୁମା ନିକଟବର୍ତ୍ତୀଖଜୁରୀ ପଡ଼ା ବ୍ଲକ ର ଗୁଦାରି ଗ୍ରାମପଂଚାୟତ ର ପାକାଲାଙ୍ଗା ଗ୍ରାମରେ ରହୁଥିବା ଲୋକେ ଆଜି ବି ଭଗୁ ଛନ୍ତି ଜଳ କଷ୍ଟ | ଫଳରେ ଲୋକେ ବାଧ୍ୟହୋଇ ଗରାମାଠିଆ ବାଲଟି ଧରି କିଛି ଦିନ ତଳେ ରାଜରାସ୍ତାକୁ ମଧ୍ୟ ଓହ୍ଲାଇଥିଲେ। ତଥାପି ପାନୀୟ ଜଳ ସମସ୍ୟା ଦୁର ହୋଇପାରିନି ।
ବାଇଟ
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଗୁଦାରୀ ପଞ୍ଚାୟତର ପାକାଲ।ଙ୍ଗ। ଗ୍ରାମ। ଲୋକସଂଖ୍ୟା ପାଖାପାଖି ଶହେ । ରାତି ପାହିଲେ ଏଠି ଆରମ୍ଭ ହୁଏ ପାଣି ପାଇଁ ସଂଘର୍ଷ। ମାର୍ଚ୍ଚମାସ ଆରମ୍ଭ ରୁ ଚଳିତବର୍ଷ ଗ୍ରୀଷ୍ମର ପ୍ରଭାବ ଧୀରେ ଧୀରେ ବଢ଼ିବ ।ରେ ଲାଗିଛି | ସହରରେ ଲୋକେ ଜେଣ ତେଣ ପ୍ରକାରେ ଚଳି ଯାଉଥିବାବେଳେ ଗାଁରେ ରହୁଥିବା ଲୋକେ ଏବେଠାରୁ ପାଣି ମୁନ୍ଦିଏ ପାଇଁ ହନ୍ତସନ୍ତହେଉଛନ୍ତି | ପାଖରେ ଥିବା ନଦୀ ନାଳ ଶୁଖି ଯିବାରୁ ଢୁ ଢୁ ଖରାରେ
ପାନୀୟଜଳ ପାଇଁ ମାଇଲ ମାଇଲ ଦୂର ଯିବାକୁ ପଡୁଛି ଏମାନଙ୍କୁ। ପାଣି ଆଣିବା ପାଇଁ ଗରା ମାଠିଆ ଧରି ଲମ୍ବା ଲାଇନ୍ ରେ ଯାଉଛନ୍ତି ସମସ୍ତେ । ଗାଁରେ ରହିଛି ଦୁଇଟି ନଳକ ପ।ଗୋଟିଏ ଅଚଳ,ଆଉଗୋଟିଏ ରୁ ପାଣି ବାହାରୁନି। ରହିଛି ମାତ୍ର ଦୁଇଟି ନଳ କୂପ ଓ ଗୋଟିଏ କୂଅ | ସେହିପରି ଗୋଟିଏ କୂଅ ଅଛି ହେଲେ ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ସେ ବି ଶୁଖିବାକୁ ବସିଲାଣି। ଫଳରେ ପାଣି ପାଇଁ ପ୍ରତିବର୍ଷ ଦହ ଗଞ ହେଉଛନ୍ତିଗ୍ରାମବାସୀ ।
ଏଥିପାଇଁ ବାରମ୍ବାର ପ୍ରଶାସନଙ୍କୁ ଗୁହାରି କଲେ ମଧ୍ଯ କୋଣସି ସୁଫଳ ମିଳୁନାହିଁ | ଦୂଷିତ ପାଣି ପିଇବା ଫଳରେ ନାନାଦି ରୋଗରେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି ପାକାଲାଙ୍ଗା ଗ୍ରାମବାସୀ।

ଗ୍ରାମ ବାସୀ ଙ୍କ କହିବା ଅନୁସାରେ ବାରମ୍ବାର ପ୍ରଶାସନ ଙ୍କୁ କହିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଯୋଗୁଁ ଲୋକେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଯାଇ ଅଭିଯୋଗ କରିଥିଲେ l ତେବେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଗ୍ରାମରେ ଏକ ବୋରିଂ ଖୋଲାଯାଇଥିଲା l କିନ୍ତୁ ସେହି କାମ ଏବେ ଖଣ୍ଡିଆ ହୋଇ ପଡିଛି। ଗ୍ରାମ ବାସୀଙ୍କ କଥା ହେଲା ବୋରିଂ ଖୋଳାହୋଇ ସମସ୍ତ ଘରକୁ ପାନିୟ ଜଳ ସଂଯୋଗୀ କରଣ ହେବ ଏଥିପାଇଁ ଆହୁରି 85 ଲକ୍ଷ୍ ଖର୍ଚ ହେବ l କିନ୍ତୁ ଜିଲା ପ୍ରଶାସନ କହୁଚି ଆବଶ୍ୟକ ଅର୍ଥ ନଥିବାରୁ କାମ ଅଧ।ରେ ବନ୍ଦ ରହିଛି l
ଆବଶ୍ୟକୀୟ ଅର୍ଥ ଅନୁଦାନ ଆସିଲେ କାମ ହେବା l କିନ୍ତୁ ଅନ୍ୟ ପକ୍ଷରେ ଏ ନେଇ ମେଗା ଜଳ ଯୋଗାଣରେ ସାମିଲ କରାଯିବ।ପାଇଁ ଏକ ପ୍ରପୋଜାଲ ସରକାରଙ୍କ ନିକଟକୁ
ପଠାଯାଇଥିବା କଥା ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ
ଇଂସନ୍ତୋଷ କୁମାର କର କହିଛନ୍ତି l
ତେବେ ପାକଲାଙ୍ଗା ଓ ମୂଳଗୁଦାରୀ ଗ୍ରାମବାସୀଙ୍କ ଜଳସଂକଟ କେବେ ଦୁର ହେବ ଆଉ ସେମାନଙ୍କୁ ହାତ ପାଆନ୍ତ । ରେ ସୂଛ ପାନୀୟ ଜଳ କେବେ ମିଳିବ ତାହା ଦେଖିବାର କଥା।
ଫୁଲ ବାଣୀରୁ କ୍ୟାମେରା ପର୍ସନକାହ୍ନାଙ୍କ ସହ ସୁନୀଲ ପଟନାୟକ News7

Leave a comment

Your email address will not be published. Required fields are marked *