ଓଡିଶା ମହିଳା କମିଶନ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ
।
ମହିଳା ମାନେ ଯେପରି ସୁରକ୍ଷିତ ରହିବେ ଓ ସେମାନଙ୍କର ଅଧିକାର ସମ୍ପର୍କରେ ଜାଣିପାରିବେ ସେଥି ସମ୍ପର୍କରେ ସଚେତନ କରିବା ପାଇଁ ରାଜ୍ୟ ମହିଳା କମିଶନ ର ଅଧ୍ୟକ୍ଷା ଡ ମିନତି ବେହେରା ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଜିଲା ପରିଷଦ ସଭାଗ୍ରୃହରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ।
ରାଜ୍ୟ ମହିଳା କମିଶନ ୧୯୯୩ ମସିହାରୁ ସମାଜର ଅବହେଳିତ ଓ ନିର୍ଯାତିତ ମହିଳାମାନଙ୍କୁ ସମ୍ମାନ ର ସହ ସମାଜରେ ସହାବସ୍ଥାନ ପାଇଁ ଅହରହ କାର୍ଯ୍ୟ କରୁଛି।ସମାଜର ଅନୁସୂଚିତ ଜାତି ଓ ଜନଜାତି ମହାଳାମାନେ କିପରି ଆଇନ ସହାୟତା ପାଇବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେଥିପାଇଁ ରାଜ୍ୟ ମହିଳା କମିଶନ ସର୍ବଦା ଆନ୍ତରିକତାର ସହ ଉଦ୍ୟମ ଜାରି ରଖିଛି ବୋଲି ମହିଳା କମିଶନ ଅଧ୍ୟକ୍ଷା ଡ଼ଃ ମିନତୀ ବେହେରା ମତ ବ୍ୟକ୍ତ କରିଥିଲେ l
କୌଣସି ବ୍ୟକ୍ତି ଆଇନ ସେବାରୁଯେପରି ବଞ୍ଚିତ ହେବେ ନାହିଁ।ବିଶେଷ କରି ଶିଶୁ, ମହିଳା, ଭିନ୍ନକ୍ଷମ,ଅନୁସୂଚିତ ଜାତି ଓ ଜନଜାତିର ଲୋକ,ଜେଲ ଭୋଗୁଥିବା, ପ୍ରାକୃତିକ ବିପର୍ଯୟ ଭୋଗୁଥିବା ବ୍ୟକ୍ତି ଯାହାର ଆୟ ଓଡିଶା ରେ ତିନି ଲକ୍ଷ ମଧ୍ୟରେ ହୋଇଥିବ ସେମାନେ ମାଗଣାରେ ଆଇନ ସହାୟତା ପାଇ ପାରିବେବୋଲି କମିଶନ ଅଧ୍ୟକ୍ଷ । ଆହୁରି କହିଥିଲେ ।
ପ୍ରତି ଜିଲା ଓ ତାଲୁକା କୋର୍ଟରେ ଏହି ସୁବିଧା ଉପଲବ୍ଧ ହେଉଛି।ଗ୍ରାମାଞ୍ଚଳର ଅସଚେତନ ମହିଳା ମାନେ କିପରି ଏହି ସୁବିଧା ପାଇପାଇବେ ସେଥିପାଇଁ ଏହି ଆଇନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା କଥା କାର୍ଯ୍ୟକ୍ରମ ରେଯୋଗ ଦେଇ କନ୍ଧମାଳ ଜିଲାପାଳ ଡଃ ବୃନ୍ଦା ଡି,କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ, ମହିଳା କମିଶନ ସଦସ୍ୟା ସ୍ନେହାଞଳୀ ମହାନ୍ତି, ଜl ଲିନା ପ୍ରିୟଦର୍ଶିନୀ, ଜିଲା ପରିଷଦ ଅଧ୍ୟକ୍ଷା ଆକଂକ୍ଷା ପ୍ରଧାନ ଓ ଜିଲା ସମାଜ ମଙ୍ଗଳ ଅଧିକାରୀ ମନସ୍ୱନୀ ମିଶ୍ର ଅତିଥି ଭାବେ ଯୋଗଦେଇ ମହିଳା ମାନେ ସଚେତ ନ ହେଲେ ହିଂ ସମାଜ ରେ ମହିଳା ହିଂସା ଦୂର ହୋଇପାରିବ ବୋଲି କହିଥିଲେ।
ଏହି କାର୍ଯ୍ୟ କ୍ରମ ରେ ଜିଲାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ମହିଳା ଛାତ୍ରୀ, ଏସ ଏଚ ଜି ଓ ଲିଗାଲ ଏଡ ସ୍ୱଛାସେବୀଓ ସମାଜ ସେବୀ ଯୋଗ ଦେଇଥିଲେ।