#Uncategorized

ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ୩ ଅଭିଯୁକ୍ତ ଗିରଫ


ବାଲିଗୁଡା,୩୧/୦୩.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରେବିଙ୍ଗିଆ ନିକଟସ୍ଥ ତୁଳିପାଜୁ ଜଙ୍ଗଲରୁ ମାଟି ତଳୁ ନର କଙ୍କାଳ ଉଦ୍ଧାର ଘଟଣା ପର୍ଦ୍ଦାଫାଶ କରିଛି ବାଲିଗୁଡା ପୋଲିସ । ନିଖୋଜ ଟିକୁନ ଗୌଡ଼କୁ ପୂର୍ବ ଶତ୍ରୁତା କାରଣରୁ ସମ୍ପର୍କୀୟମାନେ ହତ୍ୟା କରି ମାଟି ତଳେ ଶବକୁ ପୋତି ଦେଇଥିବା ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ଏବଂ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରକାଶଯେ ଗତ ଫେବୃଆରୀ ୨୨ ତାରିଖରେ କୁଟିଗୁଡ଼ା ଗାଁର ଟିକୁନୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇ ଘରକୁ ଫେରିନଥିଲେ । ଏନେଇ ପରିବାର ଲୋକେ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ । ଗତ ୨୫ ମାର୍ଚ୍ଚ ଅର୍ଥାତ୍ ଏକ ମାସ ପରେ ଜଙ୍ଗଲରେ ମାଟି ତଳୁ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନରକଙ୍କାଳ ଉଦ୍ଧାର କରି ତଦନ୍ତ ଚଳାଇଥିଲା । ତଦନ୍ତ ବେଳେ ପଡି ଗାଁର ମୁଖ୍ୟ ଅଭିଯୁକ୍ତ ଦୁଇ ଭାଇ ଅଜୟ ବଗର୍ତ୍ତି ଓ ବିପିନ ବଗର୍ତ୍ତି ଏବଂ ସହଯୋଗୀ ଭଇରା ଗୌଡ଼ଙ୍କୁ ହତ୍ୟା ଅଭିଯୁକ୍ତ ଭାବେ ଗିରଫ କରି କୋର୍ଟ ଚାଲାଣ କରିଛି । ତଦନ୍ତ ବେଳେ ପୋଲିସ ନିକଟରେ ଅଭିଯୁକ୍ତମାନେ ମାରି ପୋତି ଦେଇଥିବା ସ୍ବୀକାର କରିଥିଲେ l ଜମିବାଡ଼ିକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି l

Leave a comment

Your email address will not be published. Required fields are marked *