ବକେୟା ପ୍ରୋତ୍ସାହନ ରାଶି ପାଇବା ଦାବିରେ ଡାକ୍ତରଖାନା ମୁଖ୍ୟ ଫାଟକରେ ତାଲା

Udaya_Labanya | April 7, 2021 | 19 views |0 | Uncategorized


ବାଲିଗୁଡ଼ା,୦୭/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ରେ ବସିଲେ ଶତାଧିକ ଆଶାକର୍ମୀ । ସୂଚନା ପ୍ରକାରେ ୨୦୧୬ ନଭେମ୍ବର ମାସଠାରୁ ୨୦୧୭ଫେବୃଆରୀ ମାସ ପର୍ଯ୍ୟନ୍ତ ପାଇବାକୁ ଥିବା ପ୍ରୋତ୍ସାହନ ରାଶି ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏନେଇ ତିନି ତିନି ଥର କନ୍ଧମାଳ ଜିଲ୍ଲାପାଳ ଡ଼ଃ. ବୃନ୍ଦା ଡି ଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନାହିଁ । ଗତ ଦୁଇ ଦିନ ତଳେ ସମୂହ ଆଶାକର୍ମୀ ମାନେ କୋଟଗଡ଼ରେ ପହଂଚି ମେଡିକାଲ ଇନଚାର୍ଜ ଡ଼ଃ. ଦେବନାଥ ଦେ ଙ୍କୁ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଦେବା ସହ ତିନି ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ କୋଟଗଡ଼ ଡାକ୍ତରଖାନା ମୁଖ୍ୟ ଫାଟକ ରେ ବୁଧବାର ଦିନ ତାଲା ପକାଇ ଧାରଣା ରେ ବସିବେ ବୋଲି ଜଣାଇଥିଲେ । ଦାବି ପୂରଣ ନହେବାରୁ ଆଜି ସମୂହ ଆଶାକର୍ମୀ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଆଶାକର୍ମୀ ସଂଘ । ସେପଟେ ଆନ୍ଦୋଳନର ଦୀର୍ଘ ସମୟ ପରେ ଖବରପାଇ ବିଭାଗୀୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଆଶାକର୍ମୀ ମାନଙ୍କୁ ବୁଝାସୁଝା କରିବା ସହ ୧ମାସ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାପରେ ଆଶାକର୍ମୀମାନେ ଆନ୍ଦୋଳନରୁ ହଟିଥିବା ଜଣାପଡ଼ିଛି ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories