ସଚେତନତା ଦ୍ୱାରା ହିଁ ବାଲ୍ୟବିବାହକୁ ରୋକି ହେବ

Udaya_Labanya | April 7, 2021 | 38 views |0 | Uncategorized


ଫୁଲବାଣୀ- (ସୁନୀଲ ପଟନାୟକ,)
ଆଦିବାସୀ ଅଧୁକ୍ଷିତ କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବାଲ୍ୟବିବାହ କମିବାର ନାଁ ନେଉନି ଫଳରେ ବିଭିନ୍ନ ସ୍ତରରେ ଉଦବେଗ ପ୍ରକାଶ ପାଉଥିବାବେଳେ କେବଳ ସଚେତନତା ଦ୍ୱାରା ହିଁ ବାଲ୍ୟବିବାହକୁ ରୋକି ହେବ ହେବ ବୋଲି ବୁଧବାର ଫୁଲ ବାଣୀଠାରେ ପ୍ରେସ କ୍ଲବ ଠାରେ ଜିଲ୍ଲାରଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସାହାରା ପକ୍ଷରୁ ଆୟୋଜିତ ଦିନିକିଆ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ବରୀଷ୍ଠ ଆଇନଜିବୀ ବିଜୟ ପଟନାୟକ,ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ରଶ୍ମୀ ତା କରନ, ସ୍ଵାତୀର ସଂଯୋଜକ ତଥା ସମାଜସେବୀ ପ୍ରଦୀପ ସ୍ଵାଇଁ, ସହକାରୀ ଶ୍ରମ ଅଧିକାରି ଶୁଭଦର୍ଶନୀ ନାଏକ, ପ୍ରମୁଖ ଯୋଗଦେଇ ସୁଚନ୍ତିତ ମତବ୍ୟକ୍ତ କରିଥିଲେ।
ଗ୍ରାମାଞ୍ଚଳ ଠୁ ଆରମ୍ଭ କରି ସହର ।ଞ୍ଚଳ ଯାଏ ବାଲ୍ୟବିବାହ ହେଉଛି। ଯେଉଁଠି ପ୍ରଶାସନ କିମ୍ଵା ଚାଇଲ୍ଡଲାଇନ ନିକଟରେ ଖବର ପହଞ୍ଚୁଛି ସେଠାରେ ପ୍ରଶାସନ ପକ୍ଷରୁ ରୋକାଯାଉଛି ଆଉ କେତେକ ସ୍ଥାନରେ ଲୁଚେଇ ଛପେଇବାଲ୍ୟବିବାହ କରାଯାଉଛି। ଯାହାକି କମ ସଂଖ୍ୟକ କର୍ମଚାରୀ, ସମାଜ ସେବୀଙ୍କ ଦ୍ୱାରା ରୋକିବା ସମ୍ଭବ ହେଉନି।
ଏଣୁ ଶିକ୍ଷାନୁଷ୍ଠାନଗୁଡିକରେନାବାଳିକା ନାବାଳକ ଙ୍କ ମଧ୍ୟରେ ସଚେତନ କରିବା ସହ ଗାଁରେ ଅଭିଭାବକ ଅବିଭାବିକା ଓ ୧୮ ବର୍ଷରୁ କମ ଯୁବକ ଯୁବତୀଙ୍କ ମଧ୍ୟରେ ସଚେତନତା ର ଅ।ବଶ୍ୟକତା ରହିଥିବା ଉପସ୍ଥିତ ବକ୍ତାମାନେ ମତ ଦେଇଥିଲେ ।
ସେହିପରି ୧୮ ବର୍ଷରୁ କମ ବୟସରେ ବିବାହ କଲେ ତାର କୁ ପରିଣତି ସଂପର୍କରେ ଓ ଆଇନରେ ଥିବା ଦଣ୍ଡବିଧାନ ସଂପର୍କରେ ମଧ୍ୟ ନାବାଳକ ନାବାଳିକାଙ୍କୁ ବୁଝାଇ ସଚେତନ କରାଗଲେ ବାଲ୍ୟବିବାହ ଅନେକାଂଶରେ
ରୋକାଯାଇ ପାରିବ ବୋଲି ବକ୍ତ । ମାନେ କହିଥିଲେ।
ସେହିପରି ଏହାକୁ ରୋକିବା ଦିଗରେ ଗ୍ରାମ ଞ୍ଚଳରେ ଅତି ଦକ୍ଷତାର ସହ କାର୍ଯ୍ୟକରୁଥିବା ଅଙ୍ଗନବାଡି କର୍ମୀ,ଆଶାଦିଦି, ନାରୀ ସଂଘ ଗଣମାଧ୍ୟମର ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିବା ଅତିଥି ମାନେ କହିଥିଲେ।
କାର୍ଯ୍ୟକ୍ରମକୁ ସାହାରା ସ୍ଵେଛାସେବୀ ସଂଗଠନର ସଂପାଦକ ତଥା ବରୀଷ୍ଠ ସ୍ଵେଛାସେବୀ ସୁକାନ୍ତ ନା ଏକ ସୁଚାରୁ ରୁପେ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ, ଫୁଲବାଣୀ ଓ ଖଜୁରୀପଡା ବ୍ଳକ ସିଡିପିଓଙ୍କ ସମେତ ବହୁ ଅଙ୍ଗନବାଡି କର୍ମୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories