ସାମ୍ବାଦିକତା ଓ ଗଣଯୋଗାଯୋଗ ସ୍ନାତକୋତ୍ତର ପରୀକ୍ଷାରେ ଟପର ହେଲେ ଫୁଲ ବାଣୀର କିରଣ

Udaya_Labanya | April 7, 2021 | 26 views |0 | Uncategorized


ଫୁଲବାଣୀ – (ସୁନୀଲ ପଟନାୟକ)
ଫୁଲବାଣୀ ସହର ର ମାଷ୍ଟ୍ରପଡାର କିରଣ କୁମାର ମହାନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମ୍ବାଦିକତା ଓ ଗଣଯୋଗାଯୋଗ ସ୍ନାତକୋତ୍ତର ବିଭାଗରେ ସମଗ୍ର ବିଶ୍ବବିଦ୍ୟାଳୟ ରେ ଟପ୍ପର ହୋଇ ସ୍ବର୍ଣ୍ଣପଦକ ହାସଲ କରି କକ୍ଷମାଳ ଜିଲ୍ଲା ପାଇଁ ଓ ପରିବାର ପାଇଁ ଗୌରବ ଆଣି ଦେଇଛନ୍ତି ।। ଏହା ପୂର୍ବରୁ ମଧ୍ୟ ୨୦୧୭ ରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜ୍ୟପାଳ ସ୍ମାରକୀ ବକ୍ତୃତା ରେ ଶ୍ରୀରାମଚନ୍ଦ୍ର ଭଂଜ ଦେଓ ସ୍ବର୍ଣ୍ଣପଦକ ହାସଲ କରିଥିଲେ ।
ପ୍ରକାଶ ଥାଉ କି ଚଳିତ ବର୍ଷ ସମାବର୍ତ୍ତନ ଉତ୍ସବରେ ମହାମହିମ ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ପଦକ ପ୍ରଦାନ କରିଥିଲେ ।


କିରଣ ଭଲ ପାଠ ପଢିବା ସହ ଖେଳ, ମେଗାଜିନ ପଢିବା ଲେଖାଲେଖିରେ ରୁଚି ରହିଛି ।
କିରଣ ମାଷ୍ଟ୍ରପଡା ଅଞ୍ଚଳର ଜଣାଶୁଣାମହିଳା ଶିଳ୍ପଦ୍ୟୋଗୀ ବନାନୀ ରାଣୀ ପଟ୍ଟନାୟକ ଓ ତପନ କୁ ମାର ମହାନ୍ତି ଙ୍କ ଏକମାତ୍ର ପୁତ୍ର ।
କିରଣ ଟପ୍ପର ହେବା ଶୁଣି କିରଣଙ୍କୁ ସାଙ୍ଗସାଥି ତଥା ସଂପର୍କୀୟମାନେ ଶୁଭେଛା ଜଣାଇବା ସହ ତାଙ୍କରଉଜ୍ଜଳମୟ ଭବିଷ୍ୟତ କାମନା କରିଛନ୍ତି ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories