#Breaking News #Uncategorized

ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ଅଧିକାର ଆଇନ ଓ ବାଲ୍ୟବିବାହ ବିରୋଧନେଇ ସଚେତନ


ଫୁଲ ବାଣୀ_(ସୁନୀଲପଟନାୟକ)
ଦିନକୁ ଦିନ ରାଜ୍ୟ ତଥା କନ୍ଧମାଳ ଜିଲ୍ଲାରେ ବାଲ୍ୟବିବାହ ବୃଦ୍ଧି ପାଉଥିବା ନେଇ ବିଭିନ୍ନ ସ୍ତରରେ ଉଦବେଗ ପ୍ରକାଶ ପାଉଛି । ଫଳରେ ସରକାର ବିଶେଷକରି ତୃଣମୁଳ ସ୍ତରରୁ ଅଙ୍ଗନ ବାଡି କେନ୍ଦ୍ର ଓ ଗ୍ରାମ ସ୍ତରରେ ଆଦ୍ୟ। ଶା କାର୍ଯକ୍ରମ ମାଧ୍ୟମରେ ସଚେତନ କରୁଛନ୍ତି ।
ଏହି ଅବସରରେ ଫୁଲବାଣୀ ସହ ର ରେ ଅରବିନ୍ଦ ନଗରରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ବାଲ୍ୟବିବାହ ଓ ଶିଶୁ ଅଧିକାର ଆଇନ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ବରୀଷ୍ଠ ଆଇନଜିବୀ ସତ୍ୟନାରାୟଣ ବେହେରା ଓ ବରୀଷ୍ଠ ସାମ୍ବାଦିକ ସନ୍ତେ।ଷ ଡିଗଲ ଯୋଗଦେଇ ଶିଶୁମାନଙ୍କର ଅଧିକାର ସଂପର୍କରେ ସଚେତନ କରାଇବା ସହ କାଲ୍ୟବିବାହ ର କୁ ପରିଣାମସଂପର୍କରେ ସଚେତନ କରିବା ସହ ଏହାକୁ ବିରୋଧ କରିବା ଲାଗି କହିଥିଲେ । ଅତିକମରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ ହେଲେ ବିବାହ କଲେ ଶରୀର ସୁସ୍ଥ ରହିବା ସହ ସୁସ୍ଥ ସନ୍ତାନ ଜନ୍ମ ଦେଇପାରିବେ ବୋଲି ସେ କହିଥିଲେ। ଶିଶୁ ସୁରକ୍ଷା ଲାଗି ଚ।ଇଲଡଲାଇନ କାର୍ଯ୍ୟକରୁଛି
ଆବଶ୍ୟକ ପଡିଲେ ଚାଇଲଡ଼ଲାଇନ ଓ ଶିଶୁ ସୁରକ୍ଷା ଆୟୋଗର ସହାୟତା ନେଇ ପାରିବେ ବୋଲି ସାମ୍ବାଦିକ ଦିଗଲ କହିଥିଲେ ।
ଶେଷରେ ପିଲାମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।ଏହି କାର୍ଯକ୍ରମ ରେ ଅଙ୍ଗନବାଡି କର୍ମୀ ବୈଜୟନ୍ତୀ କହଁର ଓ ଆଇନଜିବୀ ଆଦିତ୍ୟ କୁମାର ତ୍ରିପାଠୀ ଯୋଗଦେଇ ବାଲ୍ୟ ବିବାହ ନ କରିବା ନେଇ
ସଚେତନ କରିଥିଲେ।

Leave a comment

Your email address will not be published. Required fields are marked *