ତିଗିରିଆ ଯମୁନାବନ୍ଧ ନିକଟରୁ ଲକ୍ଷାଧିକ ଟଙ୍କାର କାଠ ଜବତ

Udaya_Labanya | April 25, 2021 | 85 views |0 | Uncategorized


ତିଗିରିଆ(ଉଲାପ୍ର)ଆଠଗଡ ବନଖଣ୍ଡ ଅଧିକାରୀ ଗୋପୀନାଥ ସୁଦର୍ଶନ ଯାଦବ ଙ୍କ ନିର୍ଦ୍ଦେଶ ଅନୁସାରେ ତିଗିରିଆ ସେକ୍ସନ ଅନ୍ତର୍ଗତ ଯମୁନା ବନ୍ଧ ଠାରେ ଆଠଗଡ଼ ବନାଞ୍ଚଳ ତରଫରୁ ଚଢାଉ କରାଯାଇ 70 ସିଫ୍ଟ ର ଆକାସିଆ ପଟା, ଗୋଟେ ଆମ୍ବ ଲଗ ଓ କରତ ଜବତ କରାଯାଇଛି,ଦୀର୍ଘଦିନ ହେଲା ତିଗିରିଆ ଅଂଚଳରେ ଏଭଳି ଚୋରା କାଠ ବ୍ୟବସାୟ ଚାଲୁ ରହିଥିଲା, ଆଠଗଡ ଡିଏଫଓ ଖବର ପାଇବା ପରେ ଆଠଗଡ ରେଞ୍ଜର ଆଇଶା ଅଖତାର ନିଶାଙ୍କୁ ଖବର

ଦେବାପରେ ଏହି ଚଢାଉ କରାଯାଇଥିଲା,ଆଠଗଡ ରେଞ୍ଜର ସଦଳେ ବଳେ ସମସ୍ତ ଷ୍ଟାଫ ଙ୍କୁ ନେଇ ଚଢ଼ାଉ କରିଥିଲେ, ଏହି ଚଢ଼ାଉ ରେ ରେଞ୍ଜ ଅଫିସର କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଫରେଷ୍ଟର କୁଷ୍ଣ ଚନ୍ଦ୍ର ଦେହୁରୀ, ଫରେଷ୍ଟର ରାଜନଗର ସୁଶିଲ ଜେନା, ଫରେଷ୍ଟ ଗାର୍ଡ, ଆଠଗଡ଼ ଓ ପାରା ଷ୍ଟାଫ ମାନେ ସହଯୋଗ କରିଥିଲେ।

Share this

Related Posts

ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ କର୍ମଶାଳା

Udaya_Labanya | May 30, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବେଚ୍ଛାସେବୀ ସଂଗଠନ ‘ସ୍ବାତୀ’ ଏବଂ ‘କ୍ରାଏ’ ପକ୍ଷରୁ ଜାତୀୟ ଶିକ୍ଷାନୀତି ର ସଫଳ ରୂପାୟନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ…

ଶାଶୁ ଶଶୁରଙ୍କୁ ଥାନାକୁ ଟାଣିଲେ ଓଏଏସ ବୋହୁ

Udaya_Labanya | May 14, 2023 | 16 views | 0

କୋରାପୁଟ ( ଉଲ୍ଲାପ୍ର )ଶାଶୁ ଶ୍ୱଶୁରଙ୍କୁ ଥାନାକୁ ଟାଣିଲେ OAS ବୋହୂ l ମହଙ୍ଗା ପଡ଼ିଲା ମାଟ୍ରିମୋନିରୁ ଜୀବନ ସାଥୀ ଚୟନ। ଜଣେ OAS ଅଧିକାରିଣୀଙ୍କୁ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି ନିଜକୁ ନାଲକୋର ଡେପୁଟୀ ମ୍ୟାନେଜର କହୁଥିବା ସ୍ବାମୀ। ପତ୍ନୀଙ୍କ…

Leave a Reply

Your email address will not be published. Required fields are marked *

Archives

Categories