ସପ୍ତାହନ୍ତ ସଟ ଡାଉନ ର ପ୍ରଭାବ: ମେଡିକାଲରେ ଲୋକଙ୍କୁ ଖାଦ୍ୟ ବାଣ୍ଟିଲେ ବିଜୁ ଯୁବ ଜନତା ଦଳ

Udaya_Labanya | April 25, 2021 | 15 views |0 | Uncategorized


ବାଲିଗୁଡା,୨୫/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଶନିବାର ଓ ରବିବାର ଦୁଇଦିନ ସହରାଞ୍ଚଳ ସପ୍ତାହନ୍ତ ସଟଡାଉନର ପ୍ରଭାବ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ତିନୋଟି ସହରାଞ୍ଚଳ ରେ ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାତ୍ରୀବାହୀ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି l ଯାହା ଫଳରେ ସାଧାରଣ ଲୋକ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ମେଡ଼ିକାଲ କୁ ଆସିଥିବା ରୋଗୀ ଙ୍କ ସମ୍ପର୍କୀୟ ମାନେ ମଧ୍ୟ ଖାଇବାକୁ ନ ପାଇ ଭୋକ ଉପାସରେ ଦିନ ବିତାଉଥିବା ଦେଖିବାକୁ ମିଳିଥିଲା। ତେବେ ଲୋକଙ୍କ ଅସୁବିଧାକୁ ଉପଲବ୍ଧି କରି ବାଲିଗୁଡ଼ା ବିଜୁ ଯୁବଜନତା ଦଳ ତରଫରୁ ରାତିରେ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ରନ୍ଧା ଖାଦ୍ୟ ପାଇ ସେମାନେ ଖୁସି ବ୍ୟକ୍ତ କରିଛନ୍ତି। ହେଲେ ସୁପ୍ରିମୋଙ୍କ ନିର୍ଦ୍ଧେଶ ରହିଛି ଯେ ସଟଡାଉନ୍ ସମୟ ରେ କୌଣସି ଲୋକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ। ତେଣୁ ସଟଡାଉନ୍ ସମୟରେ ଆଗକୁ ଏଭଳି ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ବିଜୁ ଯୁବଜନତା ଦଳ ପକ୍ଷରୁ କୁହାଯାଇଛି।

Share this
  •  
  •  
  •  
  •  
  •  
  •  
  •  

Related Posts

କନ୍ଧମାଳ ମହୋତ୍ସବ ୨ 0୨ ୩ ପାଇଁ…

Udaya_Labanya | January 25, 2023 | 18 views |0

ଫୁଲବାଣୀ(ସୁନୀ ଲପଟନାୟକ )କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨ 0୨ ୩ ପାଇଁ ବୁଧବାରସ୍ଥାନୀୟ ନାରାୟଣୀ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ

Udaya_Labanya | January 20, 2023 | 7 views | 0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ…

Leave a Reply

Your email address will not be published. Required fields are marked *

Archives

Categories