ପୂର୍ବତନ ସାଂସଦ ସୁଗ୍ରୀଵ ସିଂ ଙ୍କ ପରଲୋକ, ବିଭିନ୍ନ ମହଲ ରେ ଶୋକ

Udaya_Labanya | April 26, 2021 | 34 views |0 | Uncategorized


ଫୁଲବାଣୀ -(ସୁନୀଲ ପଟନାୟକ ) କନ୍ଧମାଳ ର ପୂର୍ବତନବିଜେ ଡ଼ି ସାଂସଦ ଓ , ପୂର୍ବତନ ମୁନିସିପାଲଟି ଅଧ୍ୟ କ୍ଷ ସୁଗ୍ରୀଵ ସିଂ ଙ୍କ ଆଜି ଭୁବେନନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ସିଂ ଙ୍କ ଅକାଳ ମୃତ୍ୟୁ ରେ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜ଼ିଲ୍ଲା ରେ ଶୋକ ର ଛାୟା ଖେଳିଯାଇଛି l ସ୍ୱଗର୍ତ ସିଂ କିଛି ବର୍ଷଧରି ସାମ୍ବାଦିକତା କରୁଥିଲେ lସାମ୍ବାଦିକତା ରୁ ପରବର୍ତୀ ସମୟ ରେ ରାଜନୀତି ରେ ପାଦ ଥାପିଥିଲେ l ପ୍ରଥମେ କାଉନସିଲଲର ପରେ ମୁନିସିପାଲଟି ଅଧ୍ୟକ୍ଷ,ଓ ସାଂସଦ ଥିଲେ l
ମୃତ୍ୟୁ ବେଳକୁ ତାଙ୍କୁ ଛପନ ବର୍ଷ ହୋଇଥିଲା l ସ୍ବର୍ଗତ ସୁଗ୍ରୀବ ସିଂ ଗତ 2004ରୁ 2009ଯାଏ କନ୍ଧମାଳ ସାଂସଦ ଥିଲେ ଲ ସେହିପରି ଫୁଲବାଣୀ ମୁନିସିପାଲଟି ଅଧକ୍ଷ ମଧ୍ୟ ରହି ବହୁ ବିକାଶ ମୂଳକ କାର୍ଯ୍ୟ କରିଥିଲେ l
ସିଂ ଙ୍କ ମୃତ୍ୟୁ ରେ ପରିବହନ ମନ୍ତ୍ରୀ ପଦ୍ମ ନାଭ ବେହେରା ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ l ସେହିପରି ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ବିଜେପି ନେତା କମଳାକାନ୍ତ ପାଣ୍ଡେ, ଭଗବାନ ମହାନ୍ତି, ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ରବି ଦାସ, ଡ଼. ଅରୁପ ଜେନା, ସନ୍ତୋଷ ଡିଗାଲ, ଙ୍କ ସମେତ ଫୁଲ ବାଣୀ ବିଧାୟକ ଅଙ୍ଗଦ କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପ୍ରମୁଖ ଙ୍କ ସମେତ ବହୁ ବିଜେଡ଼ନେତା ଓ ବୁଦ୍ଧିଜୀବୀ ଗଭୀର ଶୋକବ୍ୟକ୍ତ କରିବା ସହ ସିଂ ଙ୍କ ଅକାଳ ବିୟୋଗ କନ୍ଧମାଳ ଜ଼ୀଲା ପାଇଁ ଅପୂରଣୀୟ କ୍ଷତି ଘଟି ଥିବା କହିଛନ୍ତି l

Share this

Related Posts

ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ କର୍ମଶାଳା

Udaya_Labanya | May 30, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବେଚ୍ଛାସେବୀ ସଂଗଠନ ‘ସ୍ବାତୀ’ ଏବଂ ‘କ୍ରାଏ’ ପକ୍ଷରୁ ଜାତୀୟ ଶିକ୍ଷାନୀତି ର ସଫଳ ରୂପାୟନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ…

ଶାଶୁ ଶଶୁରଙ୍କୁ ଥାନାକୁ ଟାଣିଲେ ଓଏଏସ ବୋହୁ

Udaya_Labanya | May 14, 2023 | 16 views | 0

କୋରାପୁଟ ( ଉଲ୍ଲାପ୍ର )ଶାଶୁ ଶ୍ୱଶୁରଙ୍କୁ ଥାନାକୁ ଟାଣିଲେ OAS ବୋହୂ l ମହଙ୍ଗା ପଡ଼ିଲା ମାଟ୍ରିମୋନିରୁ ଜୀବନ ସାଥୀ ଚୟନ। ଜଣେ OAS ଅଧିକାରିଣୀଙ୍କୁ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି ନିଜକୁ ନାଲକୋର ଡେପୁଟୀ ମ୍ୟାନେଜର କହୁଥିବା ସ୍ବାମୀ। ପତ୍ନୀଙ୍କ…

Leave a Reply

Your email address will not be published. Required fields are marked *

Archives

Categories