#Breaking News #Uncategorized

ବ୍ଲକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ, ୬୬ ୟୁନିଟ ରକ୍ତ ସଂଗ୍ରହ

ନରସିଂହପୁର(ଉଲାପ୍ର)
ନରସିଂହପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ଚମ୍ପେଶ୍ୱର ଚମ୍ପାନଥ ପୀଠ ପର୍ଯ୍ୟଟନ ବ୍ୟାଖ୍ୟାନକେନ୍ଦ୍ର ପରିସରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ନରସିହପୁର ଅଞ୍ଚଳ ର ବହୁ ଯୁବ ଛାତ୍ର ଅଂଶ ଗ୍ରହଣ କରି ରକ୍ତ ଦାନ କରିଥିଲେ । ଶିବିର ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ଦେବୀ ପ୍ରସାଦ ମିଶ୍ର ବିଶିଷ୍ଟ ଅତିଥି ଭାବରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀ ଯୋଗ ଦେଇ ରକ୍ତ ଦାନ ମହତ୍ ଦାନ ସମ୍ବନ୍ଧ ରେ କହିବା ସହ ରକ୍ତ ଦାନ କରୁଥିବା ଯୁବ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ମାନଙ୍କ ମଧ୍ୟ ରେ ନରସିଂପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ଚମ୍ପେଶ୍ୱର ସରପଞ୍ଚ କୃଷ୍ଣ ନାରାୟଣ ପଣ୍ଡା, ବ୍ଲକ ବିଜେଡ଼ି ସଭାପତି କୃପାସିନ୍ଧୁ ଦାଶ, ବାସେଳିହତା ସମିତି ସଭ୍ୟ ବିଜୟ କୁମାର ଶତ୍ରୁଜିତ,ସିଆରିଆ ସମିତି ସଭ୍ୟ ଅଶ୍ୱିନୀ ଧଳ ପ୍ରମୁଖ ଯୋଗ ଦେଇ ରକ୍ତ ଦାନ କରୁଥିବା ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ। କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉପସଭାପତି କ୍ଷମା ସାରଥୀ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ଶିବିର ରେ 66 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା
ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ଦିବ୍ୟାଲୋଚନ ଧଳ,ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପସଭାପତି ଟୁକୁନା ବାରଳ,ଯୁବ ସଂଗଠକ ଆୟୁଷ୍ମାନ ପଟ୍ଟନାୟକ ପ୍ରମୁଖ ଡାକ୍ତର ଏମ.ଏମ ମାରାଣ୍ଡି ନେତୃତ୍ବ ରେ ଆସିଥିବା ଡାକ୍ତରୀ ଟିମ୍ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a comment

Your email address will not be published. Required fields are marked *